fbpx

ଉତ୍କଳ ଆଲୁମିନା ପକ୍ଷରୁ ଜିଲ୍ଲାସ୍ତରୀୟ ଭଲିବଲ୍‍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କାଶୀପୁର : ଗ୍ରାମାଞ୍ଚଳ କ୍ରୀଡା ଓ ସଂସ୍କୃତିର ବିକାଶ ସାଧନ ଏବଂ ଏହି ଅଞ୍ଚଳର ସ୍ଥାନୀୟ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସକାଶେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନା ଲିମିଟେଡ ପକ୍ଷରୁ ଜିଲ୍ଲା ସ୍ତରୀୟ  ଭଲିବଲ ଟୁର୍ଣ୍ଣାମେଣ୍ଟ କାଡ଼ାପଦର ଯୁବକ ସଂଘ, କାଡ଼ାପଦର ସହଯୋଗରେ ୨୦୨୩ ଫେବୃଆରୀ 20ରୁ ମାର୍ଚ୍ଚ 07 ତାରିଖ ପର୍ଯ୍ୟନ୍ତ କାଡ଼ାପଦର ଗ୍ରାମରେ ଆୟୋଜନ କରାଯାଇଥିଲା । ରାୟଗଡା ଜିଲ୍ଲା  ଅଞ୍ଚଳର ଗ୍ରାମଗୁଡିକରୁ ମୋଟ ୧୬ଟି ଟିମ୍‍ ଏହି ଟୁର୍ଣ୍ଣମେଣ୍ଟରେ ଅଂଶଗ୍ରହଣ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟକୁ ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ୍‍, କାଶୀପୁର ବ୍ଲକ ଅଦକ୍ଷ୍ୟ କଣ୍ଟ ମାଝୀ, କୁନି ମାଝୀ, ଦୀପକ ରାଉତ ଉତ୍କଳ ଆଲୁମିନା ଜେନେରାଲ ମ୍ୟାନେଜେର ଏବଂ ବାବୁରାଓ ସୋନାୱାନେ ଙ୍କ ମିଳିତ ଭାବରେ ୨୦୨୩ ଫେବୃଆରୀ 20 ତାରିଖରେ  ଉଦ୍‍ଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ ମ୍ୟାଚ ଓଡ଼ିଆ ପେଣ୍ଟ ଏବଂ ନାରାୟଣପଟଣା ଟିମ୍‍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା,

ଯେଉଁଥିରେ ଓଡ଼ିଆ ପେଣ୍ଟ ଚମ୍ପିଆନ୍‍ ଟ୍ରଫି ବିଜେତା ହୋଇଥିବାବେଳେ ନାରାୟଣପଟଣା ରନର୍ସ ଅପ୍‍ ହୋଇଥିଲା । ମୁଖ୍ୟ ଅତିଥିଗଣ ଶ୍ରୀ ମକରନ୍ଦ ମୁଦୁଲି ବିଧାୟକ ରାୟଗଡା ,  ଦୀପକ ରାଉତ ଜିଏମ ଆଦିତ୍ୟ ବିର୍ଲା ଏବଂ ବାବୁରାଓ ମ୍ୟାନେଜେର ଆଦିତ୍ୟ ବିର୍ଲା  ଉଦ୍‍ଯାପନୀ ଉତ୍ସବରେ ଯୋଗଦେଇ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପ୍ରଦର୍ଶନ ନିମନ୍ତେ ସେମାନଙ୍କୁ ପୁରସ୍କୃତ କରିଥିଲେ ।

ଉଭୟ ବିଜେତା ଏବଂ ରନର୍ସ ଅପ୍‍ ଦଳକୁ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା |ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ୍‍ ଏବଂ ପ୍ରେସିଡେଣ୍ଟ ବିଜେତା ଦଳ ଏବଂ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ଏବଂ କାଡାପଦର ଗ୍ରାମବାସୀ ଙ୍କୁ ଏହି ଟୁର୍ଣ୍ଣାମେଣ୍ଟକୁ ବିପୁଳ ସଫଳ କରାଇବା ନିମନ୍ତେ ପ୍ରଶଂସା କରିଥିଲେ, ଆଗାମୀ ଦିନରେ କଂସାରୀଗୁଡା ଠାରେ ହେବାକୁ ଯାଉଥିବା ଆଦିତ୍ୟ ବିର୍ଲା କାରଖାନା ଅତି ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି  | ଡଉଲ ରତ୍ନ ଚୌଧୁରୀ ଆଞ୍ଚଳିକ ବିକାଶ ପରିଷଦ କଂସାରୀଗୁଡା ସଭାପତି, ରାଜେନ୍ଦ୍ର ଦୁରିଆ ଆଞ୍ଚଳିକ ବିକାଶ ପରିଷଦ ଉପଦେଷ୍ଟା, ନୀଳାବତୀ ମାଡିଙ୍ଗା ସରପଞ୍ଚ,କଂସାରୀ ଜାନି ପୂର୍ବତନ ସରପଞ୍ଚ, ଅର୍ଜି ମାଝୀ ପୂର୍ବତନ ସରପଞ୍ଚ,କୃଷ ମାଝୀ ପୂର୍ବତନ ୱାର୍ଡମେମ୍ବର,ଲଷ୍ମୀଧର ବାଘ, ସୁରେନ୍ଦ୍ର ବାଘ, କର୍ଣ୍ଣ ଝୋଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ |

Get real time updates directly on you device, subscribe now.