fbpx
BSKY
BJD MC SKY
BJD YOUTH SKY

ଭୋଟର ତାଲିକା ସଂଶୋଧନ ଆରମ୍ଭ

ଭୁବନେଶ୍ୱର,୧୭/୧୧(ଓଡିଶା ଭାସ୍କର): ରାଜ୍ୟରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆରମ୍ଭ ହୋଇଛି । ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ସହ CEO ଆଲୋଚନା କରିଛନ୍ତି। ୨୦୨୧ ଜାନୁଆରି ୧ ସୁଦ୍ଧା ୧୮ ବର୍ଷ ହେଉଥିଲେ ଆବେଦନ କରିହେବ। ଭୋଟର ପରିଚୟ ପତ୍ରରେ ତ୍ରୁଟି ଥିଲେ ବି ସଂଶୋଧନ କରିହେବ । ତାଲିକାରୁ ନାଁ ବାଦ୍‌ ଦେବାକୁ ମଧ୍ୟ ଭୋଟର ଆବେଦନ କରିପାରିବେ ।

ତେବେ ନଭେମ୍ବର ଓ ଡିସେମ୍ବରରେ ୪ଟି ସ୍ବତନ୍ତ୍ର ଅଭିଯାନ ଦିବସ ପାଳନ ହେବ। ନଭେମ୍ବର ୨୮, ୨୯ ଏବଂ ଡିସେମ୍ବର ୫, ୬ରେ ପାଳନ ହେବ ଅଭିଯାନ ଦିବସ । ୪ ଦିନ ଧରି ପ୍ରତି ବୁଥ୍‌ରେ ତାଲିକା ସଂଶୋଧନ ତ୍ବରାନ୍ବିତ ହେବ ।

nvsp.in ୱେବ‌ସାଇଟ୍‌ରୁ ବି ଫର୍ମ ଡାଉନ୍‌ଲୋଡ କରାଯାଇପାରିବ । ଜାନୁଆରି ୧୫ରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା । ଏ ସମୟରେ ନିୟୋଜିତ କର୍ମଚାରୀଙ୍କ ବଦଳି ନକରିବାକୁ CEO ନିର୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.