fbpx

ମତଦାତା ଏବଂ ବୁଥ ସ୍ତରୀୟ ଅଧୀକାରୀଙ୍କୁ ପୋଲଂ ବୁଥକୁ ମୋବାଇଲ ମନା; ମୁଖ୍ୟ ନିର୍ବାଚନ ଅଧିକାରୀ

AAKASH

ଭୁବନେଶ୍ୱର: ଆଜି ସକାଳୁ ସବୁ ପୋଲିଂ ବୁଥରେ ଭୋଟର ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଓଡିଶାରେ ତୃତୀୟ ପର୍ଯ୍ୟୟ ମତଦାନର ମହାପର୍ବ ଚାଲିଛି । ମତଦାତାଙ୍କ ଭିତରେ ଭୋଟ ଦେବାକୁ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି ।
ଏହି ଗଣତନ୍ତ୍ରର ମହାପବର୍ର ଉତ୍ସବରେ ଦେଖିବାକୁ ମିଳିଛି ଅରାଜକତାର ପରିସ୍ଥିତି ।
ଭୁବନେଶ୍ୱର ନୟାପଲ୍ଲୀର ଏକ ପୋଲିଂ ବୁଥରେ ମୋବାଇଲ ନେଇ ଭୋଟ ଦେବାକୁ ଯାଇଥିବା ଘଟଣାରେ ଦେଖାଦେଇଥିଲା ଭୟଙ୍କର ପରିସ୍ଥିତି । ଏହା ଭିତରେ ଦେଖାଦେଇଛି ଯେ, କିଛି ଭୋଟରମାନ ମୋବାଇଲ ନେଇ ଭୋଟ କେନ୍ଦ୍ର ଭିତରକୁ ପ୍ରବେଶ କରୁଛନ୍ତି । ପରବର୍ତ୍ତୀ ସମୟରେ ଏହି ପରିସ୍ଥିତି ଉତ୍ତେଜନାରେ ପରିଣତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭୋଟର ଏବଂ ପୋଲିଂ ବୁଥରେ ରହିଥିବା ଅଧିକାରୀ ମାନଙ୍କୁ ମୋବାଇଲ ନ ନେଇ ଯିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Get real time updates directly on you device, subscribe now.