fbpx

ଏକ ବର୍ଷରୁ ଅଧିକ ସମୟ ରହିଥିବା ବାସିନ୍ଦାଙ୍କୁ ଭୋଟ୍ ମନା: ଜମ୍ମୁ କଶ୍ମୀରରେ ମତଦାନ ଅଧିକାର ନିୟମ ବଦଳିଲା

Advertisement

ନୂଆଦିଲ୍ଲୀ: ଗୋଟିଏ ଦିନ ମଧ୍ୟରେ ବଦଳି ଯାଇଛି ଜମ୍ମୁ କଶ୍ମୀରର ମତଦାନ ନିୟମ । ଜମ୍ମୁ ଜିଲ୍ଲାର ଉପାୟୁକ୍ତ ଅବନି ଲଭସା ନିଜର ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି । ଜମ୍ମୁରେ ଏକ ବର୍ଷରୁ ଅଧିକ ସମୟ ଧରି ରହିଆସୁଥିବା ବାସିନ୍ଦାଙ୍କୁ ନିର୍ବାଚନରେ ମତଦାନ କରିବାର ଅଧିକାର ମିଳିବ । ସେମାନେ ନିଜକୁ ନାମକୁ ଭୋଟିଂ ଲିଷ୍ଟରେ ପଞ୍ଜିକୃତ କରିପାରିବେ ବୋଲି ଉପାୟୁକ୍ତ କହିଥିଲେ । ମାତ୍ର ବିନା କୌଣସି ସ୍ପଷ୍ଟିକରଣରେ ଉକ୍ତ ନିଷ୍ପତ୍ତି ଏବେ ପରିବତ୍ତର୍ନ ହୋଇଯାଇଛି ।

ଆସନ୍ତା ବର୍ଷ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏନେଇ ଗତକାଲି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲଭସା ଏକ ଆଦେଶନାମା ଜାରି କରିଥିଲେ । ଯେଉଁମାନେ ଜମ୍ମୁରେ ଏକବର୍ଷରୁ ଅଧିକ ସମୟ ଧରି ରହି ଆସୁଥିବେ ସେମାନଙ୍କୁ ତହସିଲଦାର ଆବାସ ପତ୍ର ଜାରି କରିପାରିବେ । ଏହି ଆବାସ ପ୍ରମାଣପତ୍ରର ଆଧାରରେ ମତଦାତାମାନେ ନିଜର ଭୋଟ ଦେଇପାରିବେ ବୋଲି କୁହାଯାଇଥିଲା ।

ତେବେ ଜମ୍ମୁ ଉପାୟୁକ୍ତଙ୍କ ଏହି ନିଷ୍ପତ୍ତିକୁ ନେଇ ଜୋରଧାର ବିରୋଧ କରାଯାଇଥିଲା । କେନ୍ଦ୍ର ସରକାର ନିର୍ବାଚନ ଆୟୋଗଙ୍କ ମାଧ୍ୟମରେ ଅଣ ସ୍ଥାନୀୟ ଲୋକଙ୍କୁ ଜମ୍ମୁର ବାସିନ୍ଦା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନ୍ୟାସନାଲ କନଫରେନ୍ସ, ପିଡିପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ରାଜ୍ୟର ଦୁଇଟି ବଡ଼ ପାର୍ଟିର ବିରୋଧରେ ପରେ ଜମ୍ମୁ ଉପାୟୁକ୍ତ ଏବେ ଉକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି । ଏକ ବର୍ଷରୁ ଅଧିକ ସମୟ ଧରି ରହି ଆସୁଥିବା ଲୋକଙ୍କୁ ଆବାସ ପ୍ରମାଣପତ୍ର ଜାରି କରିବାର ଅଧିକାର ତହସିଲଦାରଙ୍କର ରହିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.