fbpx

ଦ୍ରାବିଡଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର ହେଡ୍ କୋଚ୍‌, ସାମ୍ନାକୁ ଆସିଲା ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ୱାର୍ଲ୍ଡ କପ୍ ୨୦୨୩ ଫାଇନାଲରେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ବିରୁଦ୍ଧରେ ପରାଜୟକୁ ଏକ ଯୁଗର ଅନ୍ତ ଭାବରେ ଦେଖାଯାଉଛି । ଏବେ ଆଲୋଚନା ହେଉଛି କି କିଛି ବରିଷ୍ଠ ଖେଳାଳୀଙ୍କ ଏହା ଶେଷ ବିଶ୍ୱକପ୍ ଥିଲା । ଏହା ସହିତ ରାହୁଲ ଦ୍ରାବିଡ ମଧ୍ୟ ହେଡ୍ କୋଚ୍ ପଦରୁ ଅବ୍ୟାହତି ନେବା ନେଇ ଘୋଷଣା କରି ସାରିଛନ୍ତି । ହେଡ୍ କୋଚ୍ ଭାବରେ ରାହୁଲଙ୍କ ୨ ବର୍ଷର ସମୟ ଅବଧି ବିଶ୍ୱକପ୍ ୨୦୨୩ ସହ ଶେଷ ହୋଇଯାଇଛି ।

ତେବେ ଆଲୋଚନା ହେଉଥିଲା କି ରାହୁଲଙ୍କ ଏହି ସମୟ ଅବଧିକୁ ଆଗକୁ ବଢାଇ ଦିଆଯାଇପାରେ । କିନ୍ତୁ ରାହୁଲ ନିଜେ ଏହି ଦାୟିତ୍ୱରେ ରହିବେ ନାହିଁ ବୋଲି ମନା କରିଦେଇଛନ୍ତି । ଏପରି ସ୍ଥିତିରେ ଟିମ୍ ଇଣ୍ଡିଆକୁ ନୂଆ କୋଚ୍ ଭାବରେ ଭିଭିିଏସ ଲକ୍ଷ୍ମଣଙ୍କ ନାମ ସାମ୍ନାକୁ ଆସୁଛି । ଲକ୍ଷ୍ମଣ ଦ୍ରାବିଡଙ୍କ ଅନୁପସ୍ଥିତିରେ ବହୁବାର ହେଡ୍ କୋଚ୍ ଭୂମିକା ନିଭାଇଛନ୍ତି ।

ଆଜି ଅର୍ଥାତ୍ ୨୩ ନଭେମ୍ବରରେ ଆରମ୍ଭ ହେଉଥିବା ଘରୋଇ ଅଷ୍ଟ୍ରେଲିଆ ସିରିଜ୍‌ରେ ମଧ୍ୟ ସେ ଭାରତର କୋଚ୍ ଅଛନ୍ତି । ଅନ୍ୟପକ୍ଷରେ ଏକ ବିଶେଷ ସୂତ୍ରରୁ ଜଣାପଡିଛି କି ଲକ୍ଷ୍ମଣ ଏହି ପଦ ଲାଗି ନିଜର ଉତ୍ସୁକତା ବ୍ୟକ୍ତ କରିଛନ୍ତି । ବିଶ୍ୱକପ୍ ସମୟରେ ଲକ୍ଷ୍ମଣ ଏହି ସମ୍ବନ୍ଧରେ ବିସିସିଆଇର ଶୀର୍ଷ ଅଧିକାରୀଙ୍କ ସହ କଥା ହେବା ପାଇଁ ଅହମ୍ମଦାବାଦ ଯାଇଥିଲେ ।

Get real time updates directly on you device, subscribe now.