fbpx
BJD SKY
BJD SKY

ସରକାରଙ୍କ ବଡ଼ ଘୋଷଣା, ଏହିମାନଙ୍କୁ ପାଣି ବିଲ ଉପରେ ଜରିମାନା ଛାଡ଼: ସାଧାରଣ ଜନତାଙ୍କୁ ଆଶ୍ୱସ୍ତି

BJD

ନୂଆଦିଲ୍ଲୀ: ବିଜୁଳି ଏବଂ ପାଣି ସାଧାରଣ ଜନତାଙ୍କ ମୌଳିକ ଅଧିକାର ଏବଂ ପ୍ରମୁଖ ଆବଶ୍ୟକତା । ତେବେ ବିଜୁଳି ବିନା ବଞ୍ଚିବା ସମ୍ଭବ ହୋଇଥିଲେ ବି ଏହା ଖୁବ କଷ୍ଟକର । କିନ୍ତୁ ପାଣି ବିନା ଜୀବନ ଅସମ୍ଭବ । ତେବେ ବର୍ତ୍ତମାନ ପାଣିର ବ୍ୟବହାର ପାଇଁ ସାଧାରଣ ଜନତାଙ୍କୁ ଏହାର ବିଲ ଦେବାକୁ ପଡ଼ୁଛି । କିନ୍ତୁ ଏହି ନିୟମରେ ଏବେ ସରକାର ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରେ କୋଟି କୋଟି ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିଛି । କାରଣ ଏବେ ପାଣିର ବିଲ ଉପରେ ଲାଗୁ ହେଉଥିବା ଜରିମାନା ଏବଂ ସୁଧ ଉପରେ ରୋକ ଲଗାଇଛନ୍ତି ସରକାର ।

ସୂଚନା ଅନୁସାରେ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନିଷ୍ପତ୍ତି ପରେ ଉପଭୋକ୍ତାମାନଙ୍କୁ କେବଳ ବାକି ବିଲ୍ ପୈଠ କରିବାକୁ ହେବ । ଏହାବ୍ୟତୀତ ହିତାଧିକାରୀମାନେ ଏହାକୁ କିସ୍ତି ଆକାରରେ ମଧ୍ୟ ପୈଠ କରିପାରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପାଣି ବିଲ ଦେଇ ପାରୁନଥିବା ଉପଭୋକ୍ତାମାନଙ୍କୁ ଏଥିରେ ବଡ଼ ଆଶ୍ୱସ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ମେହରାନଗଢ ଜିଲ୍ଲାରେ ଆୟୋଜିତ ‘ଜନ ସମ୍ବାଦ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ କହିଛନ୍ତି ଯେ, ଉପଭୋକ୍ତାଙ୍କୁ ପାଣି ବିଲ ପିଏଚଇ ବିଭାଗ ପାଖରେ ବିଚାରାଧୀନ ଅବସ୍ଥାରେ ରହିଛି । ଏହି ଉପଭୋକ୍ତାମାନଙ୍କ ଉପରେ ବିଭାଗ ପକ୍ଷରୁ ୧୫୦୦୦ ଟଙ୍କାରୁ ଆରମ୍ଭ କରି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ସୁଧ ଲାଗୁ କରିଛି ।

ଏକ ଅଫିସିଆଲ ନିର୍ଦ୍ଦେଶନାମା ଅନୁସାରେ, ବୈଠକରେ ଏହି ମାମଲା ସମ୍ପର୍କରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆ ଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଜନସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଲୋକମାନଙ୍କ ସହ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରୟାସ କରୁଛନ୍ତି । ଏହାସହିତ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.