fbpx

ଆପଣଙ୍କ ଆକାଉଣ୍ଟରୁ ଅର୍ଥ ହଡ଼ପ ପାଇଁ କିଏ ଦାୟୀ? କେବେ ବି କରନ୍ତୁନି ୯ଟି ବଡ଼ ଭୁଲ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନଲାଇନ୍ ଫ୍ରଡ ଏକ ଭୟଙ୍କର ବୀମାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତ୍ୟେକ ଦିନ ଅନଲାଇନରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଉଛନ୍ତି ସାଇବର ଠକ । ସ୍କାମରମାନେ ଜନସାଧାରଣଙ୍କୁ କଳେବଳେ କୌଶଳେ ବିଭିନ୍ନ ପ୍ରକାରର ବାହାନା କରି ଜାଲରେ ଛନ୍ଦିବାରେ ସଫଳ ହେଉଛନ୍ତି । ତେବେ ଯଦି ଆପଣମାନେ କିଛି କଥା ପ୍ରତି ଧ୍ୟାନ ରଖିବେ ତେବେ ଏଭଳି ସାଇବର ଠକାମିରୁ ସହଜରେ ବର୍ତ୍ତି ପାରିବେ ।

ତେବେ ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇ ନିକଟରେ ନାଗପୁରର ଜଣେ ଯୁବକ ସତୀଶ ଦୀକ୍ଷିତଙ୍କ ଠାରୁ ସାଇବର ଠକମାନେ ୯.୬୬ ଲକ୍ଷ ଟଙ୍କା ହଡ଼ପ କରିନେଇଛନ୍ତି । ଯୁବକଙ୍କ ପାଖକୁ ପ୍ରଥମେ ଏକ କଲ ଆସିଥିବା ବେଳେ କଲ କରିଥିବା ବ୍ୟକ୍ତି ନିଜକୁ ଗୋଟିଏ ଘରୋଇ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଏଥିସହିତ ସେ ଗ୍ରାହକଙ୍କୁ ସାଇବର ଫ୍ରଡରୁ ବଞ୍ଚାଉଥିବା ଠକ ଯୁବକ କହିଥିଲେ । ଏହାପରେ ସତୀଶ ଠକଙ୍କୁ ନିଜର ଡେବିଟ କାର୍ଡ ଓ ବ୍ୟାଙ୍କ ଡିଟେଲ୍ସ ତଥ୍ୟ ଦେଇ ଦେଇଥିଲେ । ଏହାପରେ ଠକ ସତୀଶଙ୍କ ଆକାଉଣ୍ଟରୁ ୯.୬୬ ଲକ୍ଷ ଉଠାଇ ନେଇଥିଲା । ତେବେ ଅନ୍ୟଲାଇନ ବ୍ୟାଙ୍କ ଠକେଇରୁ ବର୍ତ୍ତିବା ପାଇଁ ଆପଣଙ୍କୁ ୯ଟି ଗୁରୁତ୍ୱପୂର୍ଣ୍ଣ କଥା ମନେରଖିବାକୁ ପଡ଼ିବ ।

୧. କେବେ ବି ଇଣ୍ଟରନେଟ ବ୍ୟାଙ୍କିଂ ପାଇଁ ଥାର୍ଡ ପାର୍ଟି ୱେବସାଇଟର ବ୍ୟବହାର କରନ୍ତୁ ନାହିଁ । ବ୍ୟାଙ୍କର ଅଫିସିଆଲ ୱେବସାଇଟ ବା ବ୍ୟାଙ୍କର ମୋବାଇଲ ଆପ୍ ବ୍ୟବହାର କରିପାରିବେ । ୨. ସର୍ବଦା ୱେବସାଇଟର ଡୋମେନ ନାମ ଚେକ କରିବା ସହିତ ୟୁଆରଏଲକୁ ଠିକ୍ ଭାବେ ପଢ଼ନ୍ତୁ ଓ ସ୍ପେଲିଂ ଚେକ୍ କରନ୍ତୁ । ୩. ଯେଉଁ ଇ-ମେଲ ଆପଣଙ୍କୁ ପାସୱାର୍ଡ ଶେୟାର କରିବାକୁ କହିଥାଏ ସେହି ମେସେଜର ଆଦୌ ଜବାବ ଦିଅନ୍ତୁ ନାହିଁ । ୪. ବ୍ୟାଙ୍କିଂ ସେବା ପାଇଁ କେବେ ବି ସାଇବର କାଫେ ବା ଶେୟାରର୍ଡ ପିସିର ବ୍ୟବହାର କରନ୍ତୁ ନାହିଁ । ୫. ସର୍ବଦା ନିଜ ପିସିକୁ ଲାଟେଷ୍ଟ ଆଣ୍ଟି-ଭାଇରସ ଓ ସ୍ପାଇୱେୟର ସଫ୍ଟୱେର ଅପଡେଟ୍ ରଖନ୍ତୁ ।

୬- ନିଜର ସିଷ୍ଟମରେ ଫାଇଲ ଆଣ୍ଡ ପ୍ରିଣ୍ଟିଂ ଶେୟାରିଂ ଫିଚରକୁ ଡିସେବଲ କରନ୍ତୁ । ୬. ଯେତେବେଳେ ବ୍ୟବହାର କରିବେ ତାହାକୁ ଲଗ୍ ଅଫ କରନ୍ତୁ । ୭. ନିଜର ବ୍ୟାଙ୍କିଂ ଆଇଡି ଓ ପାସୱାର୍ଡ ଇଣ୍ଟରନେଟ ବ୍ରାଉଜରରେ ସେଭ୍ କରନ୍ତୁ ନାହିଁ । ୮. ନିଜର ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସକୁ ସମୟ ସମୟରେ ଚେକ୍ କରନ୍ତୁ । ୯. ଏହାଫଳରେ ଆପଣଙ୍କୁ ସମସ୍ତ ପ୍ରକାର ସାମାନ୍ୟ ଟ୍ରାଞ୍ଜାକସନ ତଥ୍ୟ ମିଳି ପାରିବ ।

Get real time updates directly on you device, subscribe now.