fbpx
BJD SKY
BJD SKY

କ୍ଷୀର , ଦହି, ଲସି, ଆଚାର ଧରି ଗାନ୍ଧୀ ପରିବାରରେ ପହଞ୍ଚିଲେ ବିଶେଷ ଅତିଥି, ରାହୁଲଙ୍କ ବାହାଘରକୁ ନେଇ ହେଲା ମଜାଦାର ଆଲୋଚନା

BJD

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଘରକୁ ଆସିଥିବା ହରିୟାଣା ସୋନିପତର କୃଷକ ମହିଳାଙ୍କ ସହ ସାକ୍ଷାତ ସମୟ ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ମହିଳାମାନେ ରାହୁଲଙ୍କ ଲାଗି ଉପହାର ଆକାରରେ କ୍ଷୀର , ଦହି, ଲସି, ଆଚାର ଆଣି କରି ଆସିଛନ୍ତି । ସେମାନେ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କୁ ଭେଟିଛନ୍ତି ଓ ସେମାନଙ୍କ ସହ ମିଶି ଖାଦ୍ୟ ମଧ୍ୟ ଖାଇଛନ୍ତି ।
ଭିଡିଓରେ ଜଣେ ମହିଳା ସୋନିଆ ଗାନ୍ଧୀଙ୍କ ସହ ଆଳାପ କରୁଥିବାର ଦେଖିବାକୁ ମିଳୁଛି । ସେ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ସୋନିଆଙ୍କୁ କ’ଣ ପ୍ରଶ୍ନ କରୁଛନ୍ତି । ଏହି ପ୍ରଶ୍ନରେ ସୋନିଆ କହୁଛନ୍ତି ତୁମେ ମୋ ପୁଅ ଲାଗି କନ୍ୟା ଖୋଜି ଦେଉନ । ସୋନିଆଙ୍କ ଏପରି ଉତ୍ତରରେ ସମସ୍ତେ ଏକ ସମୟରେ ହସି ଉଠିଛନ୍ତି ।

 

ରାହୁଲ ଏହି ଭିଡିଓ ସେୟାର କରି ଲେଖିଛନ୍ତି କିଛି ବିଶେଷ ଅତିଥିଙ୍କ ସହ ମା’, ପ୍ରିୟଙ୍କା ଓ ମୋ ପାଇଁ ଏହା ଏକ ସ୍ମରଣୀୟ ଦିନ । ସୋନିପତର କୃଷକ ଭଉଣୀ ମାନଙ୍କର ଦିଲ୍ଲୀ ଦର୍ଶନ, ସେମାନଙ୍କ ସହ ଘରେ ଏକାଠି ବସି ଭୋଜନ ଓ ଖୁବ୍ ସାରା ମଜାଦାର ଆଲୋଚନା । ଏହାସହିତ ସେମାନଙ୍କ ଠାରୁ ମିଳିଥିବା ଦୂର୍ମୂଲ୍ୟ ଉପହାର ଦେଶୀ ଘିଅ, ମିଠା ଲସି, ଘର ଆଚାର ଓ ସର୍ବୋପରି ଢେର ଭଲପାଇବା । ଗାନ୍ଧୀ ପରିବାରକୁ ଭେଟିଥିବା ଏହି କୃଷକ ମହିଳାମାନେ ହେଉଛନ୍ତି ସେହି ମହିଳା ଯେଉଁମାନଙ୍କୁ ରାହୁଲ ଗାନ୍ଧୀ ଚଳିତ ମାସ ଆରମ୍ଭରେ ମଦୀନା ଗ୍ରାମରେ ଭେଟିଥିଲେ ଓ ସେମାନଙ୍କ ସହ ଭୋଜନ କରିଥିଲେ । ଶେଷରେ ସେମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ ।

Get real time updates directly on you device, subscribe now.