fbpx
BSKY
BJD SHG SKY
BJD YOUTH SKY

ଆଧାର କାର୍ଡରେ ଫୋଟ ବଦଳାଇବାକୁ ଚାହୁଁଛନ୍ତି? ଏହା ହେଉଛି ପ୍ରୋସେସ

ନୂଆଦିଲ୍ଲୀ : ବର୍ତ୍ତମାନର ଯୁଗରେ ଆଧାର କାର୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଏହା ଏକ ଏପରି ପରିଚୟ ପତ୍ର, ଯାହା ବ୍ୟତୀତ ବ୍ୟକ୍ତି କୌଣସି ଅଫିସ କାମ କରି ପାରିବ ନାହିଁ । ଯଦି ଆପଣଙ୍କ ଆଧାର କାର୍ଡ ହେଇନି, ତେବେ ଆପଣ ବ୍ୟାଙ୍କରେ ଖାତା ଖୋଲି ପାରିବେ ନାହିଁ । ଏହା ସହିତ ସରକାରୀ ଯୋଜନାର ଲାଭ ବି ପାଇ ପାରିବେ ନାହିଁ ।

ସବୁଠାରୁ ବଡ଼ କଥା ଏହା ଯେ, ଆଧାର କାର୍ଡ ବିନା ପିଲାଙ୍କୁ କୌଣସି ସ୍କୁଲ କିମ୍ବା କଲେଜରେ ଆଡମିସନ କରି ହେବ ନାହିଁ । ତେଣୁ ଆଧାର କାର୍ଡ ବନାଇବା ସବୁଠାରୁ ଜରୁରୀ ଅଟେ । କିନ୍ତୁ କେତେକ ସମୟରେ ଆଧାର କାର୍ଡ ବନାଇବା ବେଳେ ଯେଉଁ ଫୋଟ ଉଠାଯାଇଥିବା ଫଟୋ କ୍ଲିୟର ଆସିନଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ଫୋଟକୁ ବଦଳାଇବାକୁ ଚାହୁଁଛନ୍ତି, ତେବେ ଏହି ପ୍ରେଅସେସକୁ ଆପଣାନ୍ତୁ ….

ଭାରତ ସରକାର ଦ୍ୱାରା ଜାରି କରାଯାଇଥିବା ଆଧାର କାର୍ଡ ହେଉଛି ଏକ ପ୍ରକାର ପରିଚୟ ପତ୍ର । ଏଥିରେ ନାମ, ପିତାଙ୍କ ନାମ ଏବଂ ଜନ୍ମ ତାରିଖ ସହ ଅନ୍ୟନ୍ୟ ତଥ୍ୟ ସବୁ ରହିଥାଏ । ଏଥିର ସ୍ୱତନ୍ତ୍ର କଥା ଏହା ଯେ, ଆଧାର କାର୍ଡରେ ବ୍ୟକ୍ତିର ଫୋଟ ମଧ୍ୟ ଛପା ଯାଏ । ଯଦି ଆପଣ ପୁରୁଣା ଫୋଟକୁ ବଦଳାଇବା ପାଇଁ ଚାହୁଁଛନ୍ତି ତେବେ ସ୍ଥାନୀୟ ଆଧାର କେନ୍ଦ୍ରକୁ ଯିବାକୁ ପଡିବ । ସେଠାରେ ସଂଚାଳକ ଆପଣଙ୍କୁ ଫଟୋ ଅପଡେଟ କରିବା ପାଇଁ ଏକ ଫର୍ମ ଦେବେ । ଏହାପରେ ଫର୍ମକୁ ଭରି ଆଧାର କେନ୍ଦ୍ରରେ ଜମା କରନ୍ତୁ ।

ଏହା ପରେ ଆଧାର କେନ୍ଦ୍ରର ଅପରେଟର ଆପଣଙ୍କ ନୂଆ ଫଟୋଗ୍ରାଫି ଲଗାଇ ଦେବେ ଏବଂ ଅପଡେଟ ରିକୱେସଟ ନମ୍ବର ସ୍ଲିପକୁ ଜେନେରଟର ଆପଣଙ୍କୁ ଦେବ । ଏହାପରେ ଆପଣ ଫୋଟ ଅପଡେଟ ହୋଇଥିବା ଆଧାର କାଡର ଡିଜିଟାଲ କପି uidia.gov.inକୁ ଯାଇ ଡାଉନଲୋଡ କରନ୍ତୁ । ଆଧାର କାର୍ଡରେ ଫୋଟ ବଦଳାଇବା ପାଇଁ ଆଧାର ସଂଚାଳକଙ୍କୁ ୧୦୦ ଟଙ୍କା ଫିସ ଦେବାକୁ ହେବ ।

Get real time updates directly on you device, subscribe now.