fbpx

ଶାରଦୀୟ ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ କରନ୍ତୁ ନାହିଁ ଏହି ୬ ଗୋଟି ଭୁଲ୍ ଅନ୍ୟଥା ବଢିଯିବ ସମସ୍ୟା

ଏବେ ସାରା ଦେଶରେ ବେଶ୍ ଉତ୍ସାହର ସହିତ ପାଳନ ହେଉଛି ଶାରଦୀୟ ନବରାତ୍ରୀ । ନବରାତ୍ରୀର ସମାପନ ଅଷ୍ଟମୀ ଓ ନବମୀ ତିଥିରେ କନ୍ୟା ପୂଜନ ସହ ହୋଇଥାଏ । ତେବେ ଶାସ୍ତ୍ର ଅନୁସାରେ ଅଷ୍ଟମୀ ଓ ନବମୀ ତିଥିରେ ନିମ୍ନୋକ୍ତ କିଛି ଭୁଲ୍ କରନ୍ତୁ ନାହିଁ ଅନ୍ୟଥା ଆପଣଙ୍କ ଲାଗି ଏହା ବିଭିନ୍ନ ସମସ୍ୟା ଆଣିପାରେ ।
୧-ଅଷ୍ଟମୀରେ ମହାଗୌରୀ ଓ ନବମୀରେ ମା’ ସିଦ୍ଧିଦାତ୍ରୀଙ୍କ ପୂଜା କରାଯାଏ । ଏହି ଦେବୀଙ୍କ ପୂଜା ବିନା ବ୍ରତ ପାଳନର କିଛି ମୂଲ୍ୟ ନାହିଁ ।
୨-ଏହିଦିନ ଘରର ଇଶାନ କୋଣରେ ପୂଜା କରନ୍ତୁ । ପୂଜା ସମୟରେ ଆପଣଙ୍କ ମୁହଁ ଇଶାନ, ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଉଚିତ ।
୩-ଅଷ୍ଟମୀ ନବମୀ ପୂଜାରେ ଖଣ୍ଡିତ ଚାଉଳ କିମ୍ବା ଖଣ୍ଡିତ ମୂର୍ତ୍ତିର ପୂଜା ବିଲକୁଲ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ବ୍ରତର ଫଳ ମିଳି ନ ଥାଏ ।
୪-ଏହିଦିନ ଘରେ ପିଆଜ, ରସୁଣ, ଆମିଷ ସେବନ କରନ୍ତୁ ନାହିଁ । ଯେଉଁମାନେ ବ୍ରତ ପାଳନ କରୁନାହାନ୍ତି ସେମାନେ ବି ଏହି ନିୟମକୁ ପାଳନ କରନ୍ତୁ ।
୫-ଅଷ୍ଟମୀ ନବମୀ ଦିନ କୌଣସି ଗରିବ, ନିର୍ଦ୍ଧନ, ଅସହାୟ ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହିଁ । କନ୍ୟାଙ୍କ ଉପରେ କ୍ରୋଧ ପ୍ରକାଶ କରନ୍ତୁ ନାହିଁ କି କୌଣସି ଅପଶବ୍ଦ ପ୍ରୟୋଗ କରନ୍ତୁ ନାହିଁ ।
୬-କଳାବସ୍ତ୍ର ପିନ୍ଧି ଦେବୀଙ୍କ ଉପାସନା କରନ୍ତୁ ନାହିଁ । ଏହିଦିନ ଲାଲ କିମ୍ବା ହଳଦୀ ରଙ୍ଗର ବସ୍ତ୍ର ଧାରଣ କରିବା ଶୁଭ ହୋଇଥାଏ ।

Get real time updates directly on you device, subscribe now.