fbpx
BSKY
BJD SHG SKY
BJD YOUTH SKY

ରାଜସ୍ଥାନ ନିର୍ବାଚନ; ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ଓଡ଼ିଶା ଭାସ୍କର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ ଉଭୟ ବିଜେପି ଓ କଂଗ୍ରେସ । ରାଜସ୍ଥାନ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ 33 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ 83 ଜଣିଆ ତାଲିକା ଜାରି କଲା ବିଜେପି । ସରଦରପୁରାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟିକେଟ୍ ମିଳିଛି । ସେହିପରି ଝାଲରା ପାଟନାରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ତୋନକ ନିର୍ବାଚନୀ ମଣ୍ଡଳୀରୁ ଟିକେଟ୍ ମିଳିଛି । ବସୁନ୍ଧରାଙ୍କ 10ରୁ ଉର୍ଦ୍ଧ୍ଵ ସମର୍ଥକଙ୍କୁ ପ୍ରାଥୀ କରିଛି ଦଳ । ସଚିନ ପାଇଲଟଙ୍କ କ୍ୟାମ୍ପର ଚାରି ଜଣ ସଦସ୍ୟଙ୍କ ନାମ ପ୍ରଥମ ପ୍ରାର୍ଥୀ ତାଲିକାଲେ ରହିଛି। ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ନଥଦ୍ୱାରାରୁ ଟିକେଟ୍ ମିଳିଥିବା ବେଳେ ଆରପିସିସି ମୁଖ୍ୟ ଗୋବିନ୍ଦ ସିଂହ ଦୋତସରାଙ୍କୁ ଲକ୍ଷ୍ମଣଗଡରୁ ଟିକେଟ୍ ମିଳିଛି। ନଭେମ୍ବର 7ରୁ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜସ୍ଥାନରେ ନଭେମ୍ବରେ 25ରେ ମତଦାନ ରହିଛି। ଡିସେମ୍ବର 3ରେ ସମସ୍ତ ରାଜ୍ୟର ଫଳାଫଳ ପ୍ରକାଶ ପାଇବ ।

 

Get real time updates directly on you device, subscribe now.