fbpx
BSKY SKY
BSKY SKY

ପ୍ରକାଶ ପାଇଲା ହାଇସ୍କୁଲ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ TGT ପରୀକ୍ଷା ଫଳ, ୫୮୪୨ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ

BSKY

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବଣନ ଆୟୋଗ– ଓ.ଏସ୍‍.ଏସି୍‍.ସି. ପକ୍ଷରୁ ଆୟୋଜିତ ହାଇସ୍କୁଲ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ ଟି.ଜି.ଟି. ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସମୁଦାୟ ୫ ହଜାର ୮୪୨ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ତେବେ ହିନ୍ଦୀ ଓ ସଂସ୍କୃତ ବର୍ଗ ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ପରୀକ୍ଷାଫଳ ପ୍ରକାଶ ପାଇଛି । ଏହି ଦୁଇଟି ବିଷୟରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ଏହି ଦୁଇଟି ବିଷୟରେ ପରୀକ୍ଷାକୁ ବାତିଲ କରାଯାଇଛି । ହିନ୍ଦୀ ଓ ସଂସ୍କୃତ ପାଇଁ ଆସନ୍ତା ଡିସେମ୍ବରରେ ପୁନଃ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.