fbpx

ବିନା ଫାଷ୍ଟ ଚାର୍ଜରରେ ମାତ୍ର କିଛି ମିନିଟରେ ଫଟାଫଟ୍ ଚାର୍ଜ ହେବ ଫୋନ୍‌, ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ । ଏହା ଆମ ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ମାଧ୍ୟମରେ ଘରେ ଆରାମରେ ବସି ଅନଲାଇନ ଶପିଂ ଠାରୁ ଆରମ୍ଭ କରି ଫୋନ୍‌, ଟିଭି ରିଚାର୍ଜ ଇତ୍ୟାଦି କରିଥାଉ । ଅନେକ ସମୟରେ ଲୋକମାନେ ଫୋନ ସମ୍ପୂର୍ଣ୍ଣ ଡିସଚାର୍ଜ ହେବା ପରେ ମଧ୍ୟ ଚାର୍ଜ କରିବାକୁ ଭୁଲିଯାଇଥାନ୍ତି । ଏମିତିରେ ସେମାନେ ଅଳ୍ପ ସମୟ ମଧ୍ୟରେ ଫୋନ୍ ଚାର୍ଜ କରିବା ପାଇଁ ଫାଷ୍ଟ ଚାର୍ଜର ଖୋଜିଥାନ୍ତି । ସବୁବେଳେ ପାଖରେ ଫାଷ୍ଟ ଚାର୍ଜର ଉପଲବ୍ଧ ହୋଇନଥାଏ । ଏମିତି କରନ୍ତୁ ନାହିଁ । ଫୋନରେ ଅତିକମରେ ୧୦ରୁ ୨୦% ବ୍ୟାଟେରୀ ଲାଇଫ୍ ଥିଲେ ଚାର୍ଜ କରିବାକୁ ଭୁଲନ୍ତୁ ନାହିଁ । ତେବେ ନିମ୍ନଲିଖିତ ଟିପ୍ସ ଆପଣାଇ ଅଳ୍ପ ସମୟ ମଧ୍ୟରେ ଫୋନ୍ ଚାର୍ଜ କରିପାରିବେ ।

୧. ସବୁବେଳେ ଏରୋପ୍ଲେନ୍ ମୋଡରେ ଫୋନ୍ ଚାର୍ଜ କରିବା ଫଳପ୍ରଦ ହୋଇଥାଏ । ଏରୋପ୍ଲେନ୍ ମୋଡରେ ମୋବାଇଲ ନେଟୱାର୍କ ଏବଂ ୱାଇଫାଇ ଭଳି ଅଧିକ ବ୍ୟାଟେରୀ ଖର୍ଚ୍ଚ କରୁଥିବା ଫଙ୍କସନକୁ ବନ୍ଦ କରିଥାଏ । ଏହା ଦ୍ୱାରା ସମୟ ମଧ୍ୟ ସଂଚୟ ହୋଇଥାଏ ।

୨. ଏରୋପ୍ଲେନ୍ ମୋଡ୍ ପରି ସ୍ମାର୍ଟଫୋନର ଲୋକେସନ ସର୍ଭିସ ବନ୍ଦ କଲେ ମଧ୍ୟ ଫୋନ୍ ଶୀଘ୍ର ଚାର୍ଜ ହୋଇଥାଏ । ଅଧିକାଂଶ ଆପ୍ ଗୁଡ଼ିକୁ ଲୋକେସନର ଆବଶ୍ୟକତା ନଥାଏ ।

୩. ଫୋନର ବ୍ରାଇଟନେସ କମ୍ କରି ଚାର୍ଜ କରିବା ହେଉଛି ଉତ୍ତମ ଉପାୟ । ଏହା ଦ୍ୱାରା ବ୍ୟାଟେରୀ କମ୍ ଖର୍ଚ୍ଚ ହୋଇଥାଏ । ସ୍ମାର୍ଟଫୋନର ବ୍ରାଇଟନେସ୍ କମ୍ କରି ଚାର୍ଜ କରି ଆପଣ ଅନ୍ୟ ଜରୁରୀ କାର୍ଯ୍ୟ ମଧ୍ୟ କରିପାରିବେ ।

୪. ସବୁବେଳେ ନିଜ ବ୍ୟାଗରେ ପୋର୍ଟେବଲ ଚାର୍ଜର ଯେପରି ପାୱାର ବ୍ୟାଙ୍କ ରଖିବା ଉଚିତ । ଏହା ଦ୍ୱାରା ମାତ୍ର ୧୫ ମିନିଟରେ ଫୋନ୍ ଶୀଘ୍ର ଚାର୍ଜ ହୋଇଥାଏ ଏବଂ ଫୋନର ବ୍ୟାଟୋରୀ ଲାଇଫକୁ ବୃଦ୍ଧି କରିଥାଏ ।

୫. ସବୁବେଳେ ଆପଣ ବ୍ୟବହାର କରୁଥିବା କମ୍ପାନୀର ଫୋନ୍ ଚାର୍ଜର ବ୍ୟବହାର କରନ୍ତୁ । ଅନେକ ସମୟରେ ଅନ୍ୟ କମ୍ପାନୀ ଚାର୍ଜର ବ୍ୟବହାର କରିବା ଦ୍ୱାରା ଚାର୍ଜିଂ ହ୍ରାସ ହୋଇଥାଏ । ଏହା ବ୍ୟତୀତ ଉଚ୍ଚ ୱାଟ୍ କ୍ଷମତା ଥିବା ଚାର୍ଜର ବ୍ୟବହାର କରିବା ଉଚିତ ।

୬. ଅଧିକାଂଶ ଲୋକମାନେ ଫୋନ ଚାର୍ଜ କରିବା ସମୟରେ କଭର ବାହାର କରିବା ପାଇଁ ଭୁଲିଯାଇଥାନ୍ତି । କିଛି ମୋଟା ଫୋନ୍ କଭର ୱାୟାରଲେସ୍ ଚାର୍ଜିଂର ଗତିକୁ ମନ୍ଥର କରିଥାଏ । ତେଣୁ ଫାଷ୍ଟ ଚାର୍ଜିଂ କରିବା ପାଇଁ ସବୁବେଳେ ପୋନ୍ କଭର କାଢ଼ି ଦେବା ଏକ ଉତ୍ତମ ବିକଳ୍ପ ।

୭. ସ୍ମାର୍ଟଫୋନକୁ ଚାର୍ଜ କରିବା ପୂର୍ବରୁ ବ୍ୟାଟେରୀ ସେଭର ମୋଡକୁ ଅନ୍ କରନ୍ତୁ । ଏହା ଦ୍ୱାରା ଫୋନର ପଫର୍ମାନ୍ସ ହ୍ରାସ ହୋଇଥାଏ ଏବଂ ବ୍ୟାଟେରୀ ଶୀଘ୍ର ଚାର୍ଜ ହୋଇଥାଏ ।

Get real time updates directly on you device, subscribe now.