fbpx
BJD SKY
BJD SKY

PM କୃଷକ ଯୋଜନାର ୧୫ତମ କିସ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ ତୁରନ୍ତ କରନ୍ତୁ ଏଭଳି ଆବେଦନ

BJD

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ବିଭାଗ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେହି ଯୋଜନାଗୁଡିକ ମଧ୍ୟରୁ କୃଷକମାନଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଏପରି ଏକ ଯୋଜନା, ଯାହାକି ଗରୀବ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରିକଳ୍ପିତ କରାଯାଇଥିଲା । ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ ୧୪ କିସ୍ତି ୨-୨ ହଜାର ଟଙ୍କା ଜାରୀ କରାଯାଇଛି। ଏଥି ସହିତ, ଏହି ଯୋଜନାର ୧୫ ତମ କିସ୍ତି ନଭେମ୍ବର-ଡିସେମ୍ବର ମଧ୍ୟରେ ଜାରୀ କରାଯାଉଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ।

ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାର ୧୪ ତମ କିସ୍ତି ପାଇଁ ଜୁଲାଇ ୨୭, ୨୦୨୩ ରେ ଜାରି କରିଛନ୍ତି। ଏହା ଅଧୀନରେ ମୋଟ ୮.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୭,୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଏହା ସହିତ, ବର୍ତ୍ତମାନ ୧୫ ତମ କିସ୍ତି ପାଇଁ ଆବେଦନ ମଧ୍ୟ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ କୃଷକ ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ପ୍ରତିବର୍ଷ ମୋଟ ତିନି କିସ୍ତିରେ ୬,୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି। ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଏହା ପାଇଁ ଆବେଦନ କରନ୍ତୁ । ସ୍କିମ୍ ପାଇଁ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ବିଷୟରେ ଆମେ ଆପଣଙ୍କୁ ସୂଚନା ଦେଉଛୁ-

ପ୍ରଧାନମନ୍ତ୍ରୀ କୃଷକ ଯୋଜନା ପାଇଁ କ’ଣ ରହିଛି ଯୋଗ୍ୟତା :
୧. ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ଲାଭ କେବଳ ଗରିବ ଶ୍ରେଣୀର କୃଷକ ହିଁ ଉଠାଇପାରିବେ ।
୨. ସରକାରୀ ଚାକିରି ଏବଂ ଇନକମ ଟ୍ୟାକ୍ସ ଭରୁଥିବା ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।
୩. ପରବାରର କେବଳ ଜଣଙ୍କୁ ହିଁ ଏହାର ଲାଭ ମିଳି ପାରିବ ।
୪. ଯଦି କୌଣସି ବ୍ୟକ୍ତି ଇପିଏଫଓର ସଦଶ୍ୟ ଅଛନ୍ତି, ତେବେ ସେ ଏହି ଯୋଜନାର ଲାଭ ପାଇ ପାରିବେ ନାହିଁ ।
୫. ମନେରଖନ୍ତୁ, ଯଦି କୌଣସି ବି ଲାଭାର୍ଥୀଙ୍କ ମୃତ୍ୟୁ ହୋଇଯାଉଛି, ତେବେ ଏପରି ପରିସ୍ଥିତିରେ ତାଙ୍କ ପରିବାରଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ ।

କିପରି କରିବେ ପ୍ରଧାନମନ୍ତ୍ରୀ ଯୋଜନାର ଆବେଦନ :
୧. ଏହି ଯୋଜନାର ଲାଭ ଉଠାଇବା ପାଇଁ ପ୍ରଥମେ ଅଫିସିଆଲ ୱେବସାଟ କ୍ଟ୍ରଜ୍ଞଳସଗ୍ଦବଦ୍ଭ.ଶକ୍ଟଙ୍ଖ.ସଦ୍ଭ ଉପରେ କ୍ଲିକ କରନ୍ତୁ ।
୨. ଏହାପରେ ଫାର୍ମର କର୍ଣ୍ଣରର ବିକଳ୍ପ ଉପରେ କ୍ଲିକ କରନ୍ତୁ ।
୩. ପୁଣି ନ୍ୟୁ ଫାର୍ମର ପଞ୍ଜିକରଣର ବିକଳ୍ପକୁ ବାଛନ୍ତୁ ।
୪. ଏହାପରେ ଆପଣଙ୍କ ସହର କିମ୍ଭା ଗାଁର କୌଣସି ଗୋଟିଏ ବିକଳ୍ପକୁ ବାଛନ୍ତୁ ।
୫. ସେଠାରେ ଆଧାର କାର୍ଡ ନମ୍ବର, ମୋବାଇଲ ନମ୍ବର ଏବଂ ରାଜ୍ୟକୁ ସିଲେକ୍ଟ କରନ୍ତୁ ଏବଂ ଏହାପରେ ଗେଟ ଓଟିପି ଉପରେ କ୍ଲିକ କରନ୍ତୁ ।
୬. ଓଟିପି ଦେବା ପରେ ଅଗ୍ରଗତି ପଞ୍ଜିକରଣର ବିକଳ୍ପ ଚୟନ କରନ୍ତୁ ।
୭. ଏହାପରେ ଆପଣଙ୍କ ସମସ୍ତ ବିବରଣୀ ଅର୍ଥାତ ନାମ, ରାଜ୍ୟ, ଜିଲ୍ଲା, ବ୍ୟାଙ୍କ ଏବଂ ଆଧାର କାର୍ଡର ବିବରଣୀ ଦେବାକୁ ହେବ ।
୮. ଏହା ପରେ ଆଧାର ପ୍ରମାଣିକରଣ କରି ତାହାକୁ ଦାଖଲ କରନ୍ତୁ ।
୯. ପରେ ଚାଷ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରବେଶ କରି, ସେଭ ବଟନ ଉପରେ କ୍ଲିକ କରନ୍ତୁ ।
୧୦. ଏହାପରେ ଆବେଦନ ସମାପ୍ତ ହେବାର ବାର୍ତ୍ତା ଆପଣଙ୍କ ସ୍କ୍ରିନରେ ଦେଖାଯିବ ।

Get real time updates directly on you device, subscribe now.