fbpx
BJD SKY
BJD SKY

ବର୍ଷା କାରଣରୁ ଟମାଟୋ ଦର ଅଧିକ ବଢ଼ିଲା? ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ୧୦ ବର୍ଷର ସରକାରୀ ରିପୋର୍ଟ କାର୍ଡ ଦେଖନ୍ତୁ

BJD

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଟମାଟୋର ଅହେତୁକ ଦରବୃଦ୍ଧିକୁ ନେଇ ସାରା ଦେଶବାସୀ କଲବଲ ହେଉଛନ୍ତି । ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟଙ୍କା ଟପିଥିବା ଏବେ କିଛି ସ୍ଥାନରେ ୨୫୦-୩୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ତେବେ ବର୍ଷା ପୂର୍ବରୁ ଟମାଟୋ କେଜି ୫୦-୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଚାନକ ଦରବୃଦ୍ଧିକୁ ନେଇ ସମସ୍ତଙ୍କର ଚିନ୍ତା ବଢ଼ି ଯାଇଛି । ତେଣୁ ବର୍ଷା କାରଣରୁ ଦେଶରେ ଦରବୃଦ୍ଧି ଘଟିଲା କି ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

ଟମାଟୋ କେଜି ୨୦-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୁନ ମାସ ସରିବା ପରେ ଧୀରେଧୀରେ ଏହି ଦର ୧୪୦ ଟଙ୍କାରେ ପହଞ୍ଚିଥିଲା । ଏପରିକି ଜୁଲାଇରେ ଏହି ଦର ୩୦୦ ଟଙ୍କା ପାର୍ କରି ଯାଇଥିଲା । ଏପରି ସ୍ଥିତିରେ ସରକାର ଦିଲ୍ଲୀ-ଏନସିଆର ସମେତ କିଛି ସହରରେ ଶସ୍ତାରେ ଟମାଟୋ ବିକ୍ରି କରିବା ଆରମ୍ଭ କରିଦେଇଥିଲେ । ୨୦୧୬ ଓ ୨୦୨୨ରେ ମୌସୁମୀର ଆଗମନ ପରେ ଟମାଟୋର ମୂଲ୍ୟ ବଢ଼ିବା ବଦଳରେ ବଜାରରେ ଏହାର ଦର ହ୍ରାସ ପାଇଥିଲା । ୨୦୨୬ ମସିହା ଜୁଲାଇ ମାସ ୧ରେ ଯେଉଁଠି ଟମାଟୋ କେଜି ୫୩ ଟଙ୍କା ଥିଲା, ସେଠାରେ ଜୁଲାଇ ୩୧ରେ ମୂଲ୍ୟ ହ୍ରାସ ପାଇ ୩୨ ଟଙ୍କାରେ ପହଞ୍ଚିଥିଲା ।

କେନ୍ଦ୍ର ସରକାରଙ୍କ ଗ୍ରାହକ ବ୍ୟାପାର ବିଭାଗର ୱେବସାଇଟରୁ ମିଳିଥିବା ତଥ୍ୟ ମୁତାବକ, ଜୁଲାଇ ୧ ଓ ୩୧ ତାରିଖ ମଧ୍ୟରେ ଟମାଟୋ ଦରରେ ବୃଦ୍ଧି ହିସାବ କରାଯାଇଛି । ୨୦୧୪ରୁ ୨୦୨୩ ମଧ୍ୟରେ ଗତ ୧୦ ବର୍ଷର ଡାଟାକୁ ନେଇ ସମୀକ୍ଷା କରାଯାଇଛି । ମୌସୁମୀର ଆଗମନ ପରେ ଟମାଟୋର ଦର ବୃଦ୍ଧି ସେତେ ଅଧିକ ହୋଇଥିବା ଜଣାପଡ଼ିଛି । ୨୦୧୪ ଜୁଲାଇ ମାସ ୧ରେ ଟାମାଟୋ କେଜି ୧୯ ଟଙ୍କା ରହିଥିବା ବେଳେ ଜୁଲାଇ ୩୧ରେ ୬୦ ଟଙ୍କା ରହିଥିଲା । ସେହିପରି ୨୦୧୫ ଜୁଲାଇ ୧ରେ ୩୮ ଟଙ୍କା ରହିଥିବା ବେଳେ ୩୧ରେ ୩୯ ଟଙ୍କା ରହିଥିଲା । ତେବେ ୨୦୨୩ରେ ଟମାଟୋ ଦର ଜୁଲାଇ ମାସରେ ୧୦୦ ଶତଶତ ବୃଦ୍ଧି ଘଟିଥିବା ଦେଖାଯାଇଛି ।

Get real time updates directly on you device, subscribe now.