fbpx
BJD SKY
BJD SKY

Today’s Gold Rate : ସୁନାର ଦର କମିଛି, ଜାଣିନିଅନ୍ତୁ କ’ଣ ରହିଛି ଦାମ

BJD

ଭୁବନେଶ୍ୱର : ପ୍ରତ୍ୟେକ ମହିଳାଙ୍କ ସବୁଠାରୁ ପସନ୍ଦର ଜିନିଷ ହେଉଛି ସୁନା । କିନ୍ତୁ ଭାରତୀୟ ବଜାରରେ ଏହାର ମୂଲ୍ୟ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ, ବର୍ତ୍ତମାନ କିଛି ଦିନ ହେବ ସୁନାର ଦର ହ୍ରାସ ପାଉଛି । ତେବେ ସୁନା କିଣିବା ପୂର୍ବରୁ ଆସନ୍ତୁ ଜାଣି ନେବା ଦରରେ କ’ଣ ରହିଛି ପରିବର୍ତ୍ତନ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫,୦୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୬୦,୦୬୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୦୫୦ ଟଙ୍କା ଓ ୬୦,୦୬୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦର କମିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫.୦୫୦ ଟଙ୍କା ଓ ୬୦,୦୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୫,୨୦୦ ଟଙ୍କା ଓ ୬୦,୨୧୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୪୪୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫.୦୫୦ ଟଙ୍କା ଓ ୬୦,୦୬୦ ଟଙ୍କା ରହିଛି। ସେହିପରି ରୁପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୭,୩୦୦ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.