fbpx
BSKY
BJD SHG SKY
BJD MC SKY

ସେଓକୁ ଅଧିକ ଦିନ ସତେଜ ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସହଜ ଉପାୟ, ରଙ୍ଗ କିମ୍ବା ସ୍ଵାଦରେ ହେବନି କୌଣସି ପରିବର୍ତ୍ତନ

ଓଡିଶା ଭାସ୍କର: ସ୍ୱାସ୍ଥ୍ୟ ଲାଗି ସେଓ ବହୁତ ଲାଭଦାୟକ । ଏଥିରେ ଢେର ପୋଷକତତ୍ତ୍ୱ ରହିଛି ଯେପରିକି ଡାଏଟରୀ ଫାଇବର, ଫସଫରସ୍‌, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ୍ ସି’, ବି୬,ଇ, କେ, ପ୍ରୋଟିନ୍‌, କାର୍ବସ୍‌, ଆଣ୍ଟିଅକ୍ସିଡାଣ୍ଟ ଆଦି ଭରପୁର ରହିଛି । ତେବେ ଡାକ୍ତରଙ୍କ କହିବା ଅନୁସାରେ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ଆମକୁ ଏହା ଅନେକ ରୋଗରୁ ରକ୍ଷା କରିଥାଏ । ଏଣୁ ପ୍ରାୟତଃ ଅନେକ ଲୋକ ସେଓ ଖାଇଥା’ନ୍ତି ।

ତେବେ ୧-୨ କିଲୋ ସେଓ କିଣିବା ପରେ କିଛି ଲୋକ ଏହାର ପେଟି କିଣି ଘରକୁ ଆଣନ୍ତି ଯାହା ଫଳରେ ଏହାକୁ ବାରମ୍ବାର କିଣିବାକୁ ପଡି ନଥାଏ । ଏବଂ ଫଳ ସହ ପେଟି କିଣିବା ଦ୍ୱାରା ଏହାର ମୂଲ୍ୟ କମ ପଡିଥାଏ । ଏହା ଛଡା ଏହାକୁ ବାରମ୍ବାର କିଣିବା ପାଇଁ ଆବଶ୍ୟକ ମଧ୍ୟ ପଡି ନଥାଏ । ଅଧିକ ଲୋକମାନେ କୁହନ୍ତି ସେଓକୁ ୨ ରୁ ୩ ଦିନ ରଖିବା ପରେ ତାହା ଖରାପ ହୋଇଥାଏ । ଏଥିରେ ଶୁଗନ୍ଧ ନଥାଏ କି ସ୍ୱାଦ ନଥାଏ । ଏହା ଛଡା ୨ଦିନ ମଧ୍ୟରେ ଆପଣଙ୍କ ସେଓର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇ ଯାଇଥାଏ । ହେଲେ ଏବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । କାରଣ ଯଦି ସେଓକୁ ଠିକ ଭାବରେ ଷ୍ଟୋର କରାଯିବ, ତାହେଲେ ସେଓ ମାସ ମାସ ଧରି ଷ୍ଟୋର ହୋଇ ରହି ପାରିବ । ତେବେ ଆସନ୍ତୁ, ଜାଣିବା ଏହାର ସଠିକ ଉପାୟ…

ଯଦି ଆପଣ ସେଓକୁ ଫ୍ରିଜରେ ଷ୍ଟୋର କରୁଛନ୍ତି ତେବେ ଏହାକୁ କପଡାରେ ଗୁଡାଇ ଷ୍ଟୋର କରନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଏହା ଫ୍ରିିଜରେ ୬ରୁ ୭ ଦିନ ରହିବ । ହେଲେ ଏହାପରେ ସେଓକୁ ରୁମ ଟେମ୍ପଚରରେ ରଖିବା ସବୁଠାରୁ ଭଲ ହୋଇଥାଏ । ଏଥି ପାଇଁ ସେଓକୁ କପଡା କିମ୍ବା କାଗଜରେ ଗୁଡାଇ ରଖନ୍ତୁ । ସେଓକୁ କପଡାରେ ଗୁଡାଇବା ପରେ ତାହାକୁ ଖୋଲା ଚାଙ୍ଗୁଡିରେ ରଖନ୍ତୁ । ଚାଙ୍ଗୁଡିରେ ଯେପରି ପବନ ଲାଗୁଥିବ । ଏପରି କରିବା ଦ୍ୱାରା ଆପଣ ସେଓକୁ ଅଧିକ ଦିନ ଷ୍ଟୋର କରି ରଖି ପାରିବେ ।

Get real time updates directly on you device, subscribe now.