fbpx

ଆକ୍ଟର ନୁହେଁ ଡାକ୍ତର ହେବି, ଏକ ଦୁର୍ଘଟଣା ଏହି ସାଉଥଷ୍ଟାରଙ୍କ ଜୀବନ ବଦଳାଇ ଦେଇଥିଲେ

Advertisement

ଓଡିଶା ଭାସ୍କର: ସାଉଥ୍‌ର ସେ ଏମିତି ଜଣେ ସୁପରଷ୍ଟାର ଯିଏ କମ୍ କହନ୍ତି, କମ ଦେଖାଯାଆନ୍ତି; କିନ୍ତୁ ଯେବେ ବି ପରଦାକୁ ଆସନ୍ତି ଦର୍ଶକଙ୍କ ହୃଦୟରେ ଛାଇ ଯାଆନ୍ତି । ଏଇ ସୁପରଷ୍ଟାରଙ୍କ ନାଁ ହେଉଛି ଅରବିନ୍ଦ ସ୍ୱାମୀ । ଯିଏ କି ‘ରୋଜା’ ସିନେମାରୁ ପ୍ରସିଦ୍ଧି ଲାଭ କରିଥିଲେ । ସାଉଥ ସୁପରଷ୍ଟାର ଅରବିନ୍ଦ ଏମିତି ଜଣେ ଅଭିନେତା ଯିଏ କି ଅନେକଗୁଡିଏ ହିଟ ସିନେମା ଦେଇଛନ୍ତି । ସାଧାରଣତଃ ସେ ବିବାଦ ଓ ଲାଇମଲାଇଟରୁ ଦୂରରେ ଥାଆନ୍ତି, ମାତ୍ର ଫିଲ୍ମରେ ତାଙ୍କର ଦମଦାର ଅଭିନୟ କମାଲ କରିଥାଏ ।
୧୮ ଜୁନ ୧୯୭୦ ରେ ଅରବିନ୍ଦ ସ୍ୱାମୀ ମାଦ୍ରାସ (ଚେନ୍ନାଇ) ରେ ଜନ୍ମ ଲାଭ କରିଥିଲେ । ତାଙ୍କର ବାପା ୱିଡି ସ୍ୱାମୀ ଜଣେ ବ୍ୟବସାୟୀ ଓ ମା’ ବସନ୍ତା ସ୍ୱାମୀ ଜଣେ ଡ୍ୟାନ୍ସର ଅଟନ୍ତି । ସେ ଶିଷ୍ୟା ସ୍କୁଲରେ ପାଠ ପଢିଥିଲେ । ପରବର୍ତ୍ତୀ ସମୟରେ ଲୋୟାଲା କଲେଜରୁ ବେଚଲର ଅଫ କମର୍ସ ଡିଗ୍ରୀ ହାସଲ କରିଥିଲେ । ଅରବିନ୍ଦ ଆମେରିକାରୁ ଏମ୍‌ବିଏରେ ମାଷ୍ଟର୍ସ ମଧ୍ୟ କରିଛନ୍ତି । ଗୋଟିଏ ସାକ୍ଷାତକାରରେ ଅରବିନ୍ଦ କହିଥିଲେ ଯେ, ଦଶମ ଶ୍ରେଣୀ ପଢିବା ସମୟରେ ସେ ଡାକ୍ତର ହେବାକୁ ଚାହୁଁଥିଲେ । ମାତ୍ର କିଛି କାରଣରୁ ତାହା ହୋଇ ପାରିଲା ନାହିଁ । କଲେଜ ସମୟରୁ ସେ ମଡେଲିଂ କରିବା ଆରମ୍ଭ କରିଥିଲେ । ମଣି ରତ୍ନମ ତାଙ୍କୁ ପ୍ରଥମଥର ଗୋଟିଏ ଉତ୍ସବରେ ଦେଖିଥିଲେ । ନିଜ ସିନେମା ରୋଜା ପାଇଁ ସେ ତାଙ୍କୁ କହିଥିଲେ । ଯେଉଁଥିରେ ଅଭିନୟ କରି ସେ ଆଜି ସୁପରଷ୍ଟାର ଭାବରେ ପରିଚୟ ପାଇଛନ୍ତି । ଏହି ସିନେମା ସୁପରହିଟ ସାବ୍ୟସ୍ତ ହୋଇଥିଲା । ତାମିଲ, ହିନ୍ଦୀ, ତେଲୁଗୁ ଭାଷାରେ ଏହାକୁ ରିଲିଜ କରାଯାଇଥିଲା । ବର୍ତ୍ତମାନ ବି ଏହି ସିନେମାକୁ ବେଶ୍ ପସନ୍ଦ କରନ୍ତି ଦର୍ଶକେ ।

‘ରୋଜା’ ଓ ‘ବମ୍ବେ’ ଭଳି ସୁପରହିଟ ସିନେମା ଦେଇଥିବା ଏହି ଅଭିନେତାଙ୍କ ଜୀବନର ମୋଡ ହଠାତ ବଦଳିଗଲା । ସେ ବାପାଙ୍କ ବ୍ୟବସାୟ ସମ୍ଭାଳିବାର ନିଷ୍ପତ୍ତି ନେଲେ । ପରେ ସିନେମାକୁ ପୁଣିଥରେ ଫେରିବାକୁ ଚାହୁଁଥିବା ସମୟରେ ତାଙ୍କ ଜୀବନରେ ଏକ ଦୁର୍ଘଟଣା ଘଟେ । ଫଳରେ ତାଙ୍କର ସ୍ପାଇନରେ କ୍ଷତ ହୁଏ ଓ ତାହା ପୈରାଲାଇଜଡ ହୋଇଯାଏ । ଏଥିରୁ ମୁକୁଳିବାକୁ ତାଙ୍କୁ ବେଶ୍ ସମୟ ଲାଗିଯାଏ । ପ୍ରତ୍ୟାବର୍ତ୍ତନ କରି ପୁଣିଥରେ ସାଉଥରେ ଅରବିନ୍ଦ ଅନେକ ସୁପରହିଟ ସିନେମା ଭେଟି ଦିଅନ୍ତି ଦର୍ଶକଙ୍କୁ । ଅରବିନ୍ଦ ୧୯୯୪ ମସିହାରେ ଗାୟତ୍ରୀରାମୂର୍ତ୍ତିଙ୍କୁ ବିବାହ କରି ୨୦୧୦ ମସିହାରେ ତାଙ୍କୁ ତଲାକ ଦେଇଛନ୍ତି । ପରେ ୨୦୧୨ ମସିହାରେ ଅପର୍ଣ୍ଣା ମୁଖର୍ଜୀଙ୍କୁ ବିବାହ କରନ୍ତି ସେ ଓ ଆଜି ବି ତାଙ୍କ ସହ ସେ ଜୀବନ ବଞ୍ଚୁଛନ୍ତି । ତାଙ୍କର ୨ ସନ୍ତାନଙ୍କ ନାଁ ହେଉଛି ଅଧିରା ଓ ରୁଦ୍ରା ।

Get real time updates directly on you device, subscribe now.