୩ ଘଣ୍ଟା ଟ୍ୱିନସିଟିବାସୀ ରୁହନ୍ତୁ ସତର୍କ, ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, କଟକ ଓ ଭୁବନେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି

୩ ଘଣ୍ଟା ପାଇଁ ଟ୍ୱିନସିଟିକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ତଥା ଦେଶରେ ଜାରି ରହିଛି ଲଗାଣ ବର୍ଷା। ବର୍ତ୍ତମାନ ଟ୍ୱିନସିଟିକୁ ୩ ଘଣ୍ଟା ପାଇଁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର। ତିନି ଘଣ୍ଟା କାଳ ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରି ହୋଇଛି।

କଟକ ଓ ଭୁବନେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି। ଏନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସ୍ପଷ୍‌ଟ ଚିହ୍ନିତ ହୋଇଛି ଲଘୁଚାପ କ୍ଷେତ୍ର। ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ସମଗ୍ର ଓଡ଼ିଶା ଦେଇ ଗତି କରିବ ସ୍ପଷ୍ଟ ଚିହ୍ନିତ ଲଘୁଚାପ।

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ବି ଅଧିକ ବର୍ଷିବ। କିଛି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷିପାରେ ବୋଲି ପାଣିପାଗ ବିଭାଗ କହିଛି ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉପକୂଳ ଓଡ଼ିଶା ଅତିକ୍ରମ କରିବ। ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଲଘୁଚାପ ପ୍ରଭାବରେ ଆସନ୍ତା ୬ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।