fbpx

ରାଜନୈତିକ ଚାପ କାରଣରୁ କୋଭାକ୍ସିନକୁ ମିଳିଥିଲା କି ଜରୁରିକାଳୀନ ମଞ୍ଜୁରି ? ଜାଣନ୍ତୁ କ’ଣ କହୁଛନ୍ତି ସରକାର

ନୂଆଦିଲ୍ଲୀ: ଗଣମାଧ୍ୟମରେ କିଛି ଏପରି ଖବର ପ୍ରକାଶ ପାଇଛି, ଯେଉଁଥିରେ ଦାବି କରାଯାଉଛି ଯେ ସ୍ବଦେଶୀ କୋଭିଡ୍ -୧୯ ଟୀକା – କୋଭାକ୍ସିନର ନିର୍ମାତା ଭାରତ ବାୟୋଟେକ୍ ରାଜନୈତିକ ଚାପ କାରଣରୁ ‘‘କିଛି ନିର୍ଦ୍ଦିଷ୍ଟ ପ୍ରକ୍ରିୟାର ପାଳନ କରିନାହିଁ’’ ଏବଂ ଏହାର କ୍ଳିନିକାଲ୍ ପରୀକ୍ଷଣ ‘ତରବରିଆ’ ଭାବରେ କରିଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଟୀକା ପାଇଁ ତିନିଟି ସୋପାନରେ କ୍ଳିନିକାଲ୍ ପରୀକ୍ଷଣ କରାଯାଇଛି, ସେଥିରେ ଅନେକ ଅନିୟମିତତା କରାଯାଇଛି। ମିଡିଆର ଏହି ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ଭ୍ରମାତ୍ମକ, ମିଛ ଓ ତ୍ରୁଟିପୂର୍ଣ୍ଣ ସୂଚନା ଉପରେ ଆଧାରିତ।

ତେବେ ଏହି ଖବରକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟି କାରଣ ରଖିଛନ୍ତି। ଏହା ସ୍ପଷ୍ଟ କରିଦିଆଇଛି ଯେ, କେନ୍ଦ୍ର ସରକାର ଓ ରାଷ୍ଟ୍ରୀୟ ନିୟାମକ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସସିଓ) ଜରୁରିକାଳୀନ ଉପଯୋଗ ପାଇଁ କୋଭିଡ୍ -୧୯ ର ଭାକ୍ସିନକୁ ଅଧିକୃତ କରିବା ସମ୍ବନ୍ଧରେ ବୈଜ୍ଞାନିକ ତଥ୍ୟ ତଥା ନିର୍ଦ୍ଧାରିତ ନିୟମର ପାଳନ କରିଛି। ସିଡିଏସସିଓର ବିଷୟ ବିଶେଷଜ୍ଞ କମିଟି (ଏସଇସି) ବୈଠକ ୧ ଓ ୨ ଜାନୁୟାରୀ, ୨୦୨୧ ରେ ଡକା ଯାଇଥିଲା। ବୈଠକରେ ଆବଶ୍ୟକ ଆଲୋଚନା ପରେ ମେସର୍ସ ଭାରତ ବାୟୋଟେକର କୋଭିଡ୍ – ୧୯ ପ୍ରତିଷେଧକ ଟୀକାକୁ ନିୟନ୍ତ୍ରିତ ଜରୁରିକାଳୀନ ଅନୁମତି ପାଇଁ ପ୍ରସ୍ତାବ ବିଷୟରେ ସୁପାରିସ କରାଯାଇଥିଲା।

ଜାନୁଆରୀ ୨୦୨୧ ରେ କୋଭାକ୍ସିନର ନିୟନ୍ତ୍ରିତ ଜରୁରିକାଳୀନ ଉପଯୋଗର ଅନୁମତି ପୂର୍ବରୁ, ବିଷୟ ବିଶେଷଜ୍ଞ କମିଟି ଟୀକା ସମ୍ବନ୍ଧିତ ସୁରକ୍ଷା ତଥା ଏହାର ପ୍ରତିରକ୍ଷା କ୍ଷମତା ବିଷୟରେ ପରିସଂଖ୍ୟାନର ବିଶ୍ଳେଷଣ କରିଥିଲା। ଏହାପରେ ଜନହିତରେ ଏହା ନିଷ୍ପତ୍ତି ନିଆଯାଇଛି ଯେ ନିୟନ୍ତ୍ରିତ ଜରୁରିକାଳୀନ ବ୍ୟବହାର ପାଇଁ ଟୀକାକୁ ଅନୁମତି ପ୍ରଦାନ କରାଯାଉ। ଏହାର କ୍ଲିନିକାଲ୍ ପରୀକ୍ଷଣରେ ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରାଯାଇଛି। ଏହାପରେ, ଏହାକୁ ଅନୁମତି ଦିଆଯାଇଛି, ଯଦ୍ଦ୍ବାରା ଟିକାକରଣର ଅନ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ ହୋଇପାରିବ, ବିଶେଷ କରି ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଦ୍ବାରା ସଂକ୍ରମଣ ପ୍ରତିହତ କରି ପାରିବ।

କୋଭାକ୍ସିନର ପ୍ରସ୍ତାବିତ ମାତ୍ରାର ତୃତୀୟ ସୋପାନର କ୍ଲିନିକାଲ୍ ପରୀକ୍ଷଣ ଆରମ୍ଭ କରିବା ପାଇଁ ଏନଇସି ଅନୁମତି ପ୍ରଦାନ କରିଥିଲା, ଯାହା ମେସର୍ସ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ବୈଜ୍ଞାନିକ ପରିସଂଖ୍ୟାନ ଉପରେ ଆଧାରିତ ଥିଲା। ଏଥିରେ ସ୍ଥାପିତ କାର୍ଯ୍ୟ ବ୍ୟବହାରରେ ମଧ୍ୟ ଧ୍ୟାନ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ, ଗଣାମାଧ୍ୟମ ରିପୋର୍ଟରେ ମଧ୍ୟ ଏହା ଦାବି କରାଯାଇଛି ଯେ କୋଭାକ୍ସିନର କ୍ଲିନିକାଲ୍ ପରୀକ୍ଷଣରେ ‘ଅବୈଜ୍ଞାନିକ ପରିବର୍ତ୍ତନ’ କରାଯାଇଛି, ଯେତେବେଳେ କି ଏହି ତଥାକଥିତ ‘ଅବୈଜ୍ଞାନିକ ପରିବର୍ତ୍ତନ’ ସିଡିଏସସିଓରେ ଟୀକା ଉପସ୍ଥାପିତ କରିବା, ସିଡିଏସସିଓରେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ପାଳନ କରିବା ତଥା ଡିଜିସିଆଇର ଅନୁମତି ପରେ ମେସର୍ସ ଭାରତ ବାୟୋଟେକ୍ ଦ୍ବାରା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.