fbpx

ପୃଥିବୀକୁ ବଞ୍ଚାଇବାକୁ ମାସରେ ଥରେ ସଫା କରନ୍ତୁ ଜିନ୍ସ: ବିଶେଷଜ୍ଞ

ନୂଆଦିଲ୍ଲୀ: ପରିବେଶ ତଥା ପୃଥିବୀକୁ ବଞ୍ଚାଇବାକୁ ହେଲେ ଆପଣ ମାନେ ପିନ୍ଧୁଥିବା ଜିନ୍ସ ପ୍ୟାଣ୍ଟକୁ ମାସରେ ଥରେ ସଫା କରନ୍ତୁ । କାରଣ ଏହାକୁ କମ୍ ଦିନ ବ୍ୟବଧାନରେ ଧୋଇଲେ ପୃଥିବୀ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ପରିବେଶ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହା ଆମେ କହୁନାହୁଁ । ବିଶେଷଜ୍ଞ ମାନେ ଏପରି କିଛି ମତ ବ୍ୟକ୍ତି କରିଛନ୍ତି । ଏଥିସହିତ ବିଶେଷଜ୍ଞ ମାନେ ଏହା ମଧ୍ୟ କହିଛନ୍ତି ୱାସିଙ୍ଗ ମେସିନ୍ ର ବ୍ୟବହାରକୁ କମ୍ କରାଯାଉ । ଏହାଦ୍ୱାରା ମଣିଷ ଅଧିକ କର୍ମକୁଶଳ ହୋଇପାରିବ ।

ନିକଟରେ ସୋସାଇଟି ଅଫ୍ କେମିକାଲ ଇଣ୍ଡଷ୍ଟ୍ରୀ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଅଧିକାଂଶ ଲୋକ ସେମାନଙ୍କ ପୋଷାକଙ୍କୁ ଖୁବ୍ କମ୍ ସମୟ ବ୍ୟବଧାନରେ ସଫା କରିଥାନ୍ତି । କେହି କେହି ତ ପ୍ରତ୍ୟେକ ଦିନ ସେମାନଙ୍କ ପୋଷାକକୁ ସଫା କରନ୍ତୁ । ଏଥିସହିତ ସେମାନେ ଦୈନିକ ୱାସିଙ୍ଗ ମେସିନ୍ ର ବ୍ୟବହାର ମଧ୍ୟ କରନ୍ତି । ଯାହାର ଖରାପ ପ୍ରଭାବ ଆମ ପରିବେଶ ଉପରେ ପଡ଼ିଥାଏ ।

ତେଣୁ ଏକ୍ସପର୍ଟ ମାନେ ପରାମର୍ଶ ଦେଇଛନ୍ତି ଯେ, ଆପଣ ମାନେ ପିନ୍ଧୁଥିବା ଜିନ୍ସକୁ ମାସରେ ଥରେ କେବଳ ସଫା କରିବା ଦରକାର । ସବୁଦିନ ସଫା କରିବାର କିଛି ବି ଆବଶ୍ୟକତା ନାହିଁ । ତେଣୁ ଜିନ୍ସକୁ ମାସରେ ଥରେ କେବଳ ଧୋଇବା ଦରକାର । ସେହିପରି ପାଇଜାମାକୁ ସପ୍ତାହରେ ଥରେ ମାତ୍ର ଧୋଇବା ଦରକାର ।

ଅନ୍ୟପଟେ ଜିମ୍ ପାଇଁ ବ୍ୟବହାର ହେଉଥିବା ପୋଷାକ, ଅନ୍ତଃବସ୍ତ୍ରକୁ ସବୁଦିନ ସଫା କରିବା ଆବଶ୍ୟକ । କିନ୍ତୁ ଏସବୁକୁ ୱାସିଙ୍ଗ ମେସିନ୍ ବ୍ୟବହାର ନକରି ହାତରେ ସଫା କରିବା ଦରକାର । ସେହିପରି ଏକ୍ସପର୍ଟ ମାନେ ଏହା ମଧ୍ୟ କହିଛନ୍ତି ଯେ, ଟି-ସାର୍ଟ, ଟପ୍ସ ଆଦି ପ୍ରତି ୫ଥର ପିନ୍ଧିବା ପରେ ଧୁଆଯିବା ଦରକାର । ଏପରି କରିବା ଦ୍ୱାରା ପୋଷାକ ଅଧିକ ଦିନ ଆପଣ ମାନେ ପିନ୍ଧିପାରିବେ ଓ ଆପଣଙ୍କ ସମୟ ବି ନଷ୍ଟ ହେବ ନାହିଁ । ଏହା ବ୍ୟତୀତ ବ୍ରା’କୁ ମଧ୍ୟ ସପ୍ତାହରେ ଥରେ ସଫା କରିବା ନେଇ ଏକ୍ସପର୍ଟ ମାନେ କହିଛନ୍ତି ।

Get real time updates directly on you device, subscribe now.