fbpx

ମା’ର ଜନ୍ମଦିନରେ ଭିଆଇଲା ବର୍ବର କାଣ୍ଡ; ପୁରା ପରିବାରକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ୧୫ ବର୍ଷୀୟ ବାଳକ

ନୂଆଦିଲ୍ଲୀ: ଜଣେ ୧୫ ବର୍ଷୀୟ ବାଳକ ଏମିତି କିଛି ବର୍ବର କାଣ୍ଡ ଭିଆଇଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରିଯିବ । ଟେକ୍ସାସର ଏଙ୍ଗଲିସାଇଡରେ ରହୁଥିବା ଏହି ୧୫ ବର୍ଷୀୟ ଏହି ବାଳକ ଜଣଙ୍କ ନିଜ ମା’ର ଜନ୍ମଦିନ ଅବସରରେ ପୁରା ପରିବାରକୁ ଗୁଳି କରି ହତ୍ୟା କରିଥିଲା । ଏହା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲା ଏହି ବାଳକ । ନିଜ ମାତା, ପିତା, ସାନ ଭଉଣୀ ଏବଂ ଦୁଇଟି କୁକୁରଙ୍କୁ ଗୁଳି କରି ହତ୍ୟା କରିଥିଲା ଏହି ବାଳକ । ଏହି ୧୫ ବର୍ଷୀୟ ବାଳକର ନାମ ୱିଲିୟମ କିମ୍ବସ କୋଲବର୍ଣ୍ଣ । ୧୫ ବର୍ଷୀୟ ଛାତ୍ର ଜଣଙ୍କ ନିଜ ୬୩ ବର୍ଷୀୟ ପିତା ଏବଂ ୫୩ ବର୍ଷୀୟ ମା’ ଜେନାଙ୍କ ସହିତ ରୁହନ୍ତି ।

ମା’ଙ୍କ ଜନ୍ମଦିନରେ ଏକ ବନ୍ଧୁକରେ ପ୍ରଥମେ ନିଜ ମାତା ପିତାଙ୍କୁ ହତ୍ୟା କରିବା ପରେ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏହାପରେ ନିଜ ଭଉଣୀକୁ ହତ୍ୟା କରିଥିଲା ଏହି ବାଳକ । ହତ୍ୟା ପରେ ସୋସିଆଲ ମିଡିଆରେ ଘର ନିକଟରେ ଥିବା ଏକ ସ୍କୁଲ ଉପରେ ଆକ୍ରମଣର ଧମକ ମଧ୍ୟ ଦେଇଥିଲା । ତେବେ ପୋଲିସ ପହଞ୍ଚିବା ପରେ ନିଜର ଦୁଇ କୁକୁରଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି କରି ହତ୍ୟା କରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.