fbpx

ପ୍ଲାଷ୍ଟିକରେ ହେଉଛି ରାସ୍ତା; ବିକାଶ ପଥରେ ଭାରତର ନୂଆ ବ୍ୟବସ୍ଥା

ଓଡ଼ିଶା ଭାସ୍କର ବ୍ୟୁରୋ: ନୂଆ ଅଭିଯାନ; ନୂଆ ଜ୍ଞାନକୌଶଳର ଉପଯୋଗ କରୁଛି ଭାରତ। ଆଉ ରାସ୍ତା ନିର୍ମାଣରେ ବ୍ୟବହାର ହେଉଛି ପ୍ଲାଷ୍ଟିକ୍। ଏଭଳି ରାସ୍ତା ହେବା ଦ୍ୱାରା ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପଡ଼ିପାରୁଛି। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ କୁପ୍ରଭାବରୁ ମଧ୍ୟ ମୁକ୍ତି ମିଳିପାରୁଛି। ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏଭଳି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ଦେଶରେ ୭୦୩ କିମି ପ୍ଲାଷ୍ଟିକ୍ ରାସ୍ତା ହୋଇଗଲାଣି। ପ୍ଲାଷ୍ଟିକ୍ ରାସ୍ତାରେ ୬ରୁ ୮ % ପ୍ଲାଷ୍ଟିକ୍ ଏବଂ ଅବଶିଷ୍ଟ ବିଟୁମେନ ବ୍ୟବହାର କରାଯାଉଛି। ଏଠାରେ ସୂଚନା ଯୋଗ୍ୟ ଯେ- ୨୦୧୬ରେ ଶ୍ରୀ ଗଡ଼କରୀ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରି ସଡ଼କ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେବେଠାରୁ ୧୧ଟି ରାଜ୍ୟରେ ସଡ଼କ ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇଆସୁଛି। ୨୦୧୬ରେ ଶ୍ରୀ ଗଡ଼କରୀ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରି ସଡ଼କ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେବେଠାରୁ ୧୧ଟି ରାଜ୍ୟରେ ସଡ଼କ ନିର୍ମାଣରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇଆସୁଛି।
ଅନ୍ୟୋକ୍ଷରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ଭାରତରେ ୩୩ ଲକ୍ଷ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥିଲା।

Get real time updates directly on you device, subscribe now.