fbpx
BJD SKY
BJD SKY

ବର୍ଷକୁ ୩୬୫ ଦିନ ମାଗଣାରେ ଦେଖନ୍ତୁ Disney + Hotstar : Unlimietd call ସହ ଇଣ୍ଟରନେଟରେ ୨୮ ଦିନର ପ୍ଲାନ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ସମସ୍ତେ ଦିନକୁ ଦିନ ଡିଜିଟାଲ ହେବାରେ ଲାଗିଲେଣି । ଟେଲିଭିଜନ ଆଗରେ ବସି ବିଭିନ୍ନ କାର୍ଯ୍ୟକ୍ରମ ଦେଖିବା ଅପେକ୍ଷା ମୋବାଇଲରେ ଡିଜିଟାଲ ମିଡିଆ ଉପରେ ଅଧିକ ବିଶ୍ୱାସ କରୁଛନ୍ତି । ତେବେ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଆପ୍ ହୋଇଛି Disney + Hotstar । ଏଥିପାଇଁ ହଟଷ୍ଟାର ସବସ୍କ୍ରିପ୍ସନକୁ ନେଇ ଗ୍ରାହକଙ୍କ ମନରେ ଖୁବ କ୍ରେଜ ରହିଛି । ତେବେ ହଟଷ୍ଟାର ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଏବେ ଏକ ଖୁସିଖବର ଆସିଛି । ୨ଟି ଛୋଟ ପ୍ରିପେଡ୍ ପ୍ଲାନରେ ଏକାସାଙ୍ଗରେ ୧ ବର୍ଷ ପର୍ଯ୍ୟନ୍ତ Hotstar ସବସ୍କ୍ରିପ୍ସନ ମାଗଣା ପାଇପାରିବେ ଗ୍ରାହକ ।

ଏହି ୨ଟି ପ୍ଲାଟଫର୍ମରେ ଓଟିଟି ସବସ୍କ୍ରିପ୍ସନ ସହ ସମସ୍ତ ନେଟୱାର୍କକୁ ମାଗଣା କଲିଙ୍ଗ ସୁବିଧା, ଏସଏମଏସ ଏବଂ ଡାଟା ବେନିଫିଟ ମଧ୍ୟ ଉପଲବ୍ଧ ରହିଥାଏ ।

Vi ୬୦୧ ଟଙ୍କାର ପ୍ରିପେଡ ପ୍ଲାନ: ଭୋଡ଼ାଫୋନ ଆଇଡିଆର ୬୦୧ ଟଙ୍କାର ପ୍ରିପେଡ ପ୍ଲାନରେ କେବଳ ୨୮ ଦିନର ଭ୍ୟାଲିଡିଟି ମିଳିଥାଏ । କିନ୍ତୁ ଏଥିରେ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ୧ ବର୍ଷ ପାଇଁ Disney + Hotstar ମୋବାଇଲର ସବସ୍କ୍ରିପ୍ସନ ମାଗଣା ମିଳିପାରିବ । ଏହି ପ୍ଲାନରେ ଗ୍ରାହକଙ୍କୁ ସମସ୍ତ ନେଟୱାର୍କକୁ ଅନଲିମିଟେଡ କଲିଙ୍ଗ ସହ ଦୈନିକ ୩ ଜିବି ଡାଟା ଏବଂ ୧୬ଜିବି ଅତିରିକ୍ତ ଡାଟା ମିଳିଥାଏ । ଏହାବ୍ୟତୀତ ପ୍ରତିଦିନ ୧୦୦ଟି SMS ସୁବିଧା ମଧ୍ୟ ଦେଇଥାଏ କମ୍ପାନୀ । ଡାଟା କୋଟା ଶେଷ ହେବା ପରେ ମଧ୍ୟ ୬୪kbps ସ୍ପିଡ ସହ ଇଣ୍ଟରନେଟ ବ୍ୟବହାର କରିପାରିବେ ଗ୍ରାହକ । ଏହି ପ୍ଲାନରେ ଆଡିସନାଲ ବେନିଫିଟ୍ସରେ ବିଞ୍ଜ ଅଲ ନାଇଟ, ୱିକେଣ୍ଡ ଡାଟା ରୋଲଓଭର, ଭିଆଇ ମୁଭିଜ ଆଣ୍ଡ ଟିଭି ଏବଂ ଡିଲାଇଟ ଭଳି ବିଭିନ୍ନ ସୁବିଧା ଉପଲବ୍ଧ ରହିଛି ।

Jio ୫୯୮ ଟଙ୍କାର ପ୍ରିପେଡ ପ୍ଲାନ: ରିଲାଏନ୍ସ ଜିଓର ୫୯୮ ଟଙ୍କା ପ୍ରିପେଡ୍ ପ୍ଲାନରେ ମଧ୍ୟ ୨୮ ଦିନର ବୈଧତା ସହିତ ବିଭିନ୍ନ ସୁବିଧା ଉପଲବ୍ଧ ରହିଥାଏ । ଏହି ପ୍ଲାନରେ ଗ୍ରାହକମାନେ ୧ ବର୍ଷ ପାଇଁ ମାଗଣା Disney + Hotstar ମୋବାଇଲ୍ ପାଆନ୍ତି । ଏହି ପ୍ଲାନରେ, ଗ୍ରାହକମାନେ ସମସ୍ତ ନେଟୱାର୍କକୁ ଅନଲିମିଟେଡ କଲିଙ୍ଗ, ଦୈନିକ ୨ ଜିବି ଡାଟା ଏବଂ ଦୈନିକ ୧୦୦ ଏସଏମଏସ ପାଇପାରିବେ ଗ୍ରାହକ । ଡାଟା କୋଟା ଶେଷ କରିବା ପରେ 64kbps ସ୍ପିଡରେ ଗ୍ରାହକ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଏହି ଯୋଜନାରେ ଉପଲବ୍ଧ ଅତିରିକ୍ତ ସୁବିଧା ମଧ୍ୟରେ ଡିସ୍ନି ପ୍ଲସ୍ ହଟଷ୍ଟାର, ଜିଓ ଟିଭି, ଜିଓ ସିମେନା ଏବଂ ଜିଓ କ୍ଲାଉଡ ସବସ୍କ୍ରିପ୍ସନ ମଧ୍ୟ ସାମିଲ ରହିଛି । ଯଦି ଜିଓର 5G ନେଟୱାର୍କ ଆପଣଙ୍କ ଅଞ୍ଚଳରେ ଲାଇଭ୍ ଅଛି ଏବଂ ଆପଣ 5G ଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଅସୀମିତ 5G  ଡାଟା ଅଫର ମଧ୍ୟ ପାଇପାରିବେ ।

Get real time updates directly on you device, subscribe now.