fbpx

ରିଲିଜର ଗୋଟିଏ ସପ୍ତାହ ପରେ,୩୫ କୋଟି କମାଇଲା ଚନ୍ଦୁ ଚାମ୍ପିୟାନ

ନୂଆଦିଲ୍ଲୀ:କାର୍ତ୍ତିକ ଆର୍ଯ୍ୟନଙ୍କ ଲେଟେଷ୍ଟ ରିଲିଜ ‘ଚନ୍ଦୁ ଚାମ୍ପିୟାନ’ ବକ୍ସ ଅଫିସରେ ଧୂମ୍ ମଚାଉଛି । ସିନେମାଟିକୁ ସିନେସମୀକ୍ଷକ ଓ ସମାଲୋଚମାନଙ୍କଠାରୁ ପଜିଟିଭ ରିବ୍ୟୁ ଦେଖିବାକୁ ମିଳୁଛି । ପ୍ରଥମରୁ ଏହା ଧୀର ଗତିରେ ଚାଲିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ନିଜର ଓପନିଂ ୱେକେଣ୍ଡରେ ବକ୍ସ ଅଫିସରେ ସଫଳତା ସାଉଁଟି ପାରିଛି । କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ସ୍ପୋଟର୍ସ ବାୟୋଗ୍ରାଫିକାଲ ଡ୍ରାମା ଭରା ସିନେମା ପାରାଅଲମ୍ପିକ ସ୍ୱର୍ଣ୍ଣପଦକ ବିଜେତା ମୁରଲୀକାନ୍ତ ପେଟେକରଙ୍କ ବାୟୋପିକ ଅଟେ । ଫିଲ୍ମରେ କାର୍ତ୍ତିକ ପେଟେକରଙ୍କ ଭୂମିକାକୁ ନିଖୁଣ ଭାବରେ ନିଭାଇ ପାରିଛନ୍ତି । କାର୍ତ୍ତକଙ୍କ ଅଭିନୟ ହିଁ ସିନେମାକୁ ଦର୍ଶକୀୟ ଆଦୃତି ଦେଇପାରିଛି । ସିନେମାର ରିଲିଜକୁ ଇତିମଧ୍ୟରେ ସପ୍ତାହେ ବିତି ସାରିଛି । ଏହି ଗୋଟିଏ ସପ୍ତାହ ମଧ୍ୟରେ ଏହାର ଆୟ ମଧ୍ୟ ଜବରଦସ୍ତ ରହିଛି ।
କବୀରଖାନଙ୍କ ନିର୍ଦ୍ଦେଶିତ ଏହି ସ୍ପୋଟର୍ସ ବାୟୋଗ୍ରାଫିକାଲ ଡ୍ରାମାଭରା ସିନେମା ଭାରତର ପ୍ରଥମ ପାରା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପେଟକରଙ୍କ ବାୟୋପିକ ଅଟେ । ଫିଲ୍ମରେ କାର୍ତ୍ତିକ ପେଟକରଙ୍କ ଚରିତ୍ରକୁ ନିଖୁଣ ଭାବରେ ପରଦାରେ ପ୍ରତିଫଳିତ କରି ପାରିଛନ୍ତି । ସିନେମାର ରିଲିଜକୁ ପାଖାପାଖି ଗୋଟିଏ ସପ୍ତାହ ବିତି ସାରିଛି । ଏହାରି ମଧ୍ୟରେ ସିନେମାର କଲେକ୍ସନ ମଧ୍ୟ ଜବରଦସ୍ତ ରହିଛି । ରିପୋର୍ଟ ଅନୁସାରେ, ପ୍ରଥମ ଦିନରେ ‘ଚନ୍ଦୁ ଚାମ୍ପିଆନ’ ୪.୭୫ କୋଟି ଆୟ କରିଥିବାବେଳେ ଦ୍ୱିତୀୟ ଦିନରେ ଏହା ପ୍ରାୟ ୭ କୋଟି, ତୃତୀୟ ଦିନରେ ୯.୭୫ କୋଟି, ଚତୁର୍ଥ ଦିନରେ ୫ କୋଟି, ପଞ୍ଚମ ଦିନରେ ୩.୨୫ କୋଟି, ଷଷ୍ଠ ଦିନରେ ୩ କୋଟି ତଥା ସପ୍ତାହର ଶେଷ ଦିନରେ ୨.୨୯ କୋଟି ଆୟ କରିଛି । ୧୦୦ରୁ ୧୨୦ କୋଟି ବଜେଟରେ ନିର୍ମିତ ଏହି ସିନେମା ବକ୍ସ ଅଫିସରେ ଆଗାମୀ ଦିନରେ ୫୦ କୋଟି ଆୟ କରିବାର ସମ୍ଭାବନା ରହିଛି । ସିନେମାରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ବିଜୟରାଜ, ଭୁବନ ଅରୋଡା, ୟଶପାଲ ଶର୍ମା, ରାଜପାଳ ଯାଦବ ଓ ଅନିରୁଦ୍ଧ ଦବେଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.