fbpx

(Video) ମୁଁ ଆଉ ଏପଟ ସେପଟ ହେବିନି: ନୀତୀଶଙ୍କ ଏହି କଥା ଶୁଣି ହସିଲେ ମୋଦୀ

Advertisement

ପାଟନା: ମୁଁ ଆଉ ପଲଟିବିନି। ମୁଁ ଆଉ ଏପଟ ସେପଟ ହେବିନି। ଆପଣଙ୍କ ସାଥୀରେ ରହିବି। ବିହାର ପାଇଁ କାମ କରିବି।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତେବେ ନୀତୀଶଙ୍କ ଏହି କଥା ଶୁଣି ହସିବାକୁ ମୋଦୀ।

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଔରଙ୍ଗାବାଦ ଯାଇ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିହାର ମାଟିରେ ଆପଣଙ୍କୁ ସ୍ୱାଗତ କରାଯାଇଛି। “ଯେତେବେଳେ ଆପଣ ଏହା ପୂର୍ବରୁ ଏଠାକୁ ଆସିଥିଲେ, ମୁଁ ନିଖୋଜ ହୋଇଯାଇଥିଲି । ହେଲେ ଏବେ ଆଉ ମୁଁ ପଲଟିବିନି। ଆଉ ଏପଟ ସେପଟ ହେବିନି। ମୁଁ ଏନ୍‌ଡିଏ ସହ ହିଁ ରହିବେ। ଆପଣଙ୍କୁ ଆଶ୍ୱସନା ଦେଉଛି ଦଳ ଛାଡି ଅନ୍ୟ କେଉଁଠିକି ଯିବି ନାହିଁ। ବିହାର ପାଇଁ କାମ କରିବି।’ ତେବେ ନୀତୀଶଙ୍କ ଏହି କଥା ଶୁଣିବା ମାତ୍ରେ ମୋଦୀ ଷ୍ଟେଜ ଉପରେ ହିଁ ହସିବାକୁ ଲାଗିଥିଲେ।

ଏଠାରେ କହିରଖୁ ଯେ, ନିକଟରେ ଆର୍‌ଜେଡି ନେତୃତ୍ୱାଧୀନ ମହାମେଣ୍ଟରୁ ହଟି ଏନ୍‌ଡିଏ ସହ ମେଣ୍ଟ କରି ସରକାର ଗଢିଛନ୍ତି ନୀତୀଶ କୁମାର।

Get real time updates directly on you device, subscribe now.