fbpx

ବିମାନବନ୍ଦରରୁ ଜବତ ହେଲା ୨୭ କୋଟିରୁ ଅଧିକ ମୂଲ୍ୟର ହାତଘଣ୍ଟା, ଖଚିତ ହୋଇଛି ସୁନା ସହ ହୀରା…

Advertisement

ନୂଆଦିଲ୍ଲୀ: ବିମାନବନ୍ଦରରୁ ଜବତ ହେଲା ୨୭ କୋଟିରୁ ଅଧିକ ମୂଲ୍ୟର ହାତଘଣ୍ଟା । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟ କଷ୍ଟମ ଅଧିକାରୀ ଜଣେ ଭାରତୀୟ ଯାତ୍ରୀଙ୍କ ବିରୋଧରେ ୭ ରୁ ଅଧିକ ଦାମୀ ହାତଘଣ୍ଟାର ତସ୍କରୀ ମାମଲା ରୁଜୁ କରିଛି । ଅଧିକାରୀ ଯାତ୍ରୀଙ୍କ ପାଖରୁ ୭ ରୋଲେକ୍ସ ଘଣ୍ଟା, ଏକ ହୀରା ଜଡ଼ିତ ସୁନାର ବ୍ରେସଲେଟ୍ ଏବଂ ଏକ ଆଇଫୋନ୍ ୧୪ ପ୍ରୋ ମଧ୍ୟ ଜବତ କରିଛନ୍ତି । ଜବତ କରାଯାଇଥିବା ଘଣ୍ଟା ମଧ୍ୟରେ ଏକ ସୁନାର ଘଣ୍ଟା ରହିଛି ଯେଉଁଥିରେ ହୀରା ମଧ୍ୟ ରହିଛି । ଯାହାର ଦାମ୍ ୨୭ କୋଟି ୯ଲକ୍ଷ ୨୬ ହଜାର ୫୧ ଟଙ୍କା ରହିଛି । ସେହିଭଳି ଜବତ କରାଯାଇଥିବା ସମୁଦାୟ ସାମଗ୍ରୀର ଦାମ୍ ୨୮ କୋଟି ୧୭ ଲକ୍ଷ ୯୭ ହଜାର ୮୬୪ ଟଙ୍କା ହେବାନେଇ କୁହାଯାଉଛି ।

ସୂଚନା ଅନୂଯାୟୀ, ଅଭିଯୁକ୍ତ ଭାରତୀୟ ଯାତ୍ରୀ ଦୁବାଇରୁ ବିମାନ ସଂଖ୍ୟା ଇକେ-୫୧୬ ରେ ଦିଲ୍ଲୀ ଏୟାରପୋର୍ଟ ପହଞ୍ଚିଥିଲେ । ଏପିଆଇଏସ ପ୍ରୋଫାଇଲିଂ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଜବତ ହୋଇଥିବା ଜିନିଷକୁ ସୀମା ଶୁଳ୍କ ଅଧିନିୟମ, ୧୯୬୨ ଧାରା ୧୧୦ ଅନୂଯାୟୀ ଜବତ କରାଯାଇଛି । ଯାତ୍ରୀଙ୍କୁ ସୀମା ଶୁଳ୍କ ଅଧିନିୟମ, ୧୯୬୨ ର ଧାରା ୧୦୪ ଅନୂଯାୟୀ ଗିରଫ କରାଯାଇଛି, କାରଣ ତାଙ୍କ ଦ୍ୱାରା କରାଯାଇଥିବା ଅପରାଧ ଜାମିନ ବିହୀନ ଅପରାଧ ୧୩୫ ଅନୂଯାୟୀ ଆସୁଛି ।

Get real time updates directly on you device, subscribe now.