fbpx

୨୦୫୦ ସୁଦ୍ଧା ଭାରତରେ ଆସିପାରେ ଜଳ ସଂକଟ! ଜାତିସଂଘ ଦେଲା ଭୟାନକ ରିପୋର୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱର ବିଭିନ୍ନ ଦେଶରେ ବର୍ତ୍ତମାନ ଜଳ ସଂକଟ ଏକ ଭୟଙ୍କ ରୂପ ନେବାରେ ଲାଗିଛି । ତେବେ ଏହାର ପ୍ରଭାବ ଖୁବଶୀଘ୍ର ଭାରତରେ ମଧ୍ୟ ଦେଖିବାକୁ ମିଳିପାରେ । ବର୍ତ୍ତମାନ ଦେଶରେ ଜଳର ଯାହା ପରିସ୍ଥିତି ରହିଛି, ଏହାର ପରିସ୍ଥିତି ଆହୁରି ସାଂଘାତିକ ହୋଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ କିଛିଟା ସ୍ଥାନରେ ଜଳ ସଂକଟ ଦେଖା ଦେଉଥିବା ବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ଏହି ସମସ୍ୟା ଆହୁରି ଗମ୍ଭୀର ହେବା ନେଇ ଜାତିସଂଘ ଏକ ରିପୋର୍ଟରେ ପ୍ରକାଶ କରିଛି ।

Global water crisis: Too big to ignore - Give's Blog

୨୦୧୬ ମସିହାରେ ମିଳିଥିବା ରିପୋର୍ଟ ଅନୁସାରେ, ବିଶ୍ୱରେ ପ୍ରାୟ ୯୩୩ ମିଲିୟନ(୯୩ କୋଟି ୩୦ ଲକ୍ଷ) ଲୋକ ବର୍ତ୍ତମାନ ଜଳ ସଂକଟ ଦେଇ ଗତି କରୁଛନ୍ତି । କିନ୍ତୁ ଆସନ୍ତା ୨୦୫୦ ମସିହା ସୁଦ୍ଧା ଏହି ହାର ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ୨୦୨୩ର ବିଶ୍ୱ ଜଳ ବିକାଶ ରିପୋର୍ଟ ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ୧୭୦-୨୪୦ କୋଟି ଲୋକ ଜଳାଭାବ ସାମ୍ନା କରିବେ ବୋଲି କହିଛି ମିଳିତ ଜାତିସଂଘ । ତେବେ ଏସିଆ ମହାଦେଶର ପ୍ରାୟ ୮୦ ପ୍ରତିଶତ ଜନତାଙ୍କ କ୍ଷେତ୍ରର ପାଣିର ଅଭାବ ଦେଖାଯିବ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ମହାଦେଶର ଉତ୍ତର ଚାଇନା, ଭାରତ, ପାକିସ୍ତାନ, ଇରାକ, ଇରାନ ସମେତ ଆହୁରି ଅନେକ ଦେଶ ଜଳାଭାବ ଯୋଗୁଁ ବିଶେଷ ପ୍ରଭାବିତ ହୋଇପାରେ । ବିଶ୍ୱରେ ସମ୍ଭାବ୍ୟ ଜଳ ସଂକଟକୁ ନଜରରେ ରଖି ଅନ୍ତର୍ଜାତୀୟ ସ୍ତରରେ ଦୃଢ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ୟୁନେସ୍କୋ ନିର୍ଦ୍ଦେଶକ ।

We woke up in a desert' – the water crisis taking hold across Egypt | Egypt  | The Guardian

ଜୀବଜଗତ ପାଇଁ ପାଣି ହେଉଛି ଏକ ମୌଳିକ ଏବଂ ଅତ୍ୟାବଶ୍ୟକ ଅଧିକାର । ତେବେ ବର୍ତ୍ତମାନ ବିଶ୍ୱର ପ୍ରାୟ ୨୦୦ କୋଟି ଲୋକ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ନେଇ ସୂଚନା ମିଳିଛି । ଏହାସହିତ ପ୍ରାୟ ୩୬୦ କୋଟି ଲୋକ ସ୍ୱଚ୍ଛତା ଅବଲମ୍ବନ କରିବାରେ ବିଫଳ ହୋଇଛନ୍ତି । ତେବେ ବର୍ତ୍ତମାନଠାରୁ ଯଦି ଏହି ଜଳ ସଂକଟକୁ ରୋକା ନଯାଏ, ତେବେ ଆଗାମୀ ଦିନରେ ଏହି ବୈଶ୍ୱିକ ସଂକଟର ରୂପ ନେବ ବୋଲି କୁହାଯାଉଛି । ଯାହା ଫଳରେ ଗଚ୍ଛିତ ଜଳ ଆଗକୁ ସମସ୍ତ ଆବଶ୍ୟକତା ପୂରଣ କରିପାରିବ ନାହିଁ । ତେବେ ଜଳର ଅପବ୍ୟବହାର ଆଗାମୀ ବର୍ଷରେ ଜଳ ସଂକଟ ଭାବେ ଉଭା ହୋଇପାରେ । ତେଣୁ ଏହାକୁ ଯଥାଶୀଘ୍ର ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକତା ହୋଇପଡିଛି ।

Get real time updates directly on you device, subscribe now.