fbpx

ବଢୁଛି ହୀରାକୁଦର ପାଣି: ଲଗାଣ ବର୍ଷା ଯୋଗୁଁ ଖଇରମାଳ-ମୁଣ୍ଡଳିରେ ଫୁଲ଼ୁଛି ମହାନଦୀ

ସମ୍ବଲପୁର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ରାଜ୍ୟର ବିଭିନ୍ନ ଜିଳ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଘାଟରେ ମଧ୍ୟ ଯାତାୟତ ପ୍ରଭାବିତ ହୋଇଛି । ସେପଟେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି ।

ହୀରାକୁଦରେ ବର୍ତ୍ତମାନ ମୋଟ ୬୨୧.୬୭ ଫୁଟ୍ ବନ୍ୟାଜଳ ଗଚ୍ଛିତ ହୋଇ ରହିଥିବା ବେଳେ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ହୀରାକୁଦରେ ୬୨୧.୬୭ ଫୁଟ ବନ୍ୟାଜଳ ଗଚ୍ଛିତ ରହିଥିବା ରେକର୍ଡ କରାଯାଇଛି । ଜଳଭଣ୍ଡାରକୁ ୨ ଲକ୍ଷ ୯୮ ହଜାର ୮୪୪ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ତେବେ ୧୪ଟି ଗେଟ୍ ଦେଇ ଏଥିରୁ ପ୍ରାୟ ୨ ଲକ୍ଷ ୬୦ ହଜାର ୧୮୦ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ବର୍ଷା ଯୋଗୁଁ ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ଖଇରମାଳ ଏବଂ ମୁଣ୍ଡଳି ଇତ୍ୟାଦିରେ ଜଳସ୍ତର ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ବିପଦ ସୂଚନା ମିଳିନାହିଁ ।

Get real time updates directly on you device, subscribe now.