fbpx

News across the Earth, news close to your heart, Read Odisha Bhaskar English

ଏୟାରପୋର୍ଟରେ ପଶିଲା ପାଣି, ଟ୍ରାକ୍ଟରରେ ଟର୍ମିନାଲ ପର୍ଯ୍ୟନ୍ତ ଗଲେ ଯାତ୍ରୀ

ମଙ୍ଗଳବାର ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେତୁ ବିମାନବନ୍ଦର ସମେତ ସହରର ଅନେକ ରାସ୍ତା ପାଣିରେ ବୁଡ଼ି ଯାଇଥିଲା । ବେଙ୍ଗାଲୁରୁର କାମ୍ପାଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା । ଯେଉଁଥିପାଇଁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା । ଏହି ସମୟରେ ବିମାନବନ୍ଦରର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଲୋକମାନେ ବିମାନବନ୍ଦର ଟର୍ମିନାଲରେ ପହଞ୍ଚିବା ପାଇଁ ଟ୍ରାକ୍ଟର ବ୍ୟବହାର କରୁଥିବାର ଦେଖାଦେଇଥିଲା ।

ପ୍ରବଳ ବର୍ଷା ପରେ ପରିସ୍ଥିତି ଏପରି ହୋଇଛି ଯେ ଅନେକ କାର ମଧ୍ୟ ପାଣିରେ ଅଟକି ଯାଇଛନ୍ତି । ଯାହା ପରେ ଟର୍ମିନାଲ୍ ପର୍ଯ୍ୟନ୍ତ ଆସିପାରିନଥିଲେ ଯାତ୍ରୀ । ଏଭଳି ପରିସ୍ଥିତିରେ ଲୋକମାନେ ଦେଶୀ ଉପାୟ ଆପଣାଇଥିଲେ । ଆଉ ପାଣି ପାର ହୋଇ ଟର୍ମିନାଲରେ ପହଞ୍ଚିବାକୁ ଟ୍ରାକ୍ଟର ବ୍ୟବହାର କରିଥିଲେ ଲୋକେ ।

ବିମାନ ବନ୍ଦର ରାସ୍ତାରେ ପାଣି ଭରିବା ପରେ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଟ୍ରାକ୍ଟରରେ ଯାତ୍ରୀମାନେ ଟର୍ମିନାଲକୁ ଯାଉଛନ୍ତି । ଯାତ୍ରୀମାନଙ୍କ ମଧ୍ୟରେ ଅନେକ ମହିଳା ଅଛନ୍ତି, ଯେଉଁମାନେ ଟ୍ରାକ୍ଟରରେ ଟର୍ମିନାଲରୁ ଫେରୁଥିବାର ନଜର ଆସିଛନ୍ତି ।

Get real time updates directly on you device, subscribe now.