fbpx

ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ ! ଋଷ ଡାକ୍ତର ଦେଲେ ସତର୍କ ସୂଚନା

ନୂଆଦିଲ୍ଲୀ: ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ । ‘ବ୍ଲାକ ଡେଥ୍’ ମହାମାରୀକୁ ନେଇ ସତର୍କ ଚେତାବନୀ ଦେଇଛନ୍ତି ଋଷିଆର ଶ୍ରେଷ୍ଠ ଡାକ୍ତର ଆନ୍ନା ପୋପୋଭା । ସେ କହିଛନ୍ତି ପାଣିପାଗରେ ପରିବର୍ତ୍ତନ ତଥା ଗ୍ଲୋବାଲ ୱର୍ମିର୍ଂ ଯୋଗୁଁ ‘ବ୍ୟୁବୋନିକ ପ୍ଲେଗ’ ପୁଣି ଫେରିପାରେ । ଏହି ବ୍ଲାକ ଡେଥ କାରଣରୁ ହେଉଥିବା ଏହି ରୋଗ ବିଷୟରେ ଚେତାଇଛନ୍ତି ଏବଂ କହିଛନ୍ତି ଗ୍ଲୋବାଲ ୱାର୍ମିଂ ଯାଗୁଁ ଏହା ଲୋକଙ୍କ ପାଇଁ ବିପଜ୍ଜନକ ହୋଇପାରେ  ।

ଡାକ୍ତର ଆନ୍ନା ପୋପୋଭା କହିଛନ୍ତି ଏହି ରୋଗ ପାଣିପାଗ ଏବଂ ଗ୍ଲୋବାଲ ୱାର୍ମିଂରେ ପରିବର୍ତ୍ତନ ସହ ବଦଳିବାରେ ଳାଗିଛି । ଏହା ସହ ଅନେକ ସ୍ଥାନରେ ଏହି ମାମଲା ଦେଖାଯାଉଥିବାର ଖବର ମଧ୍ୟ ରହିଛି । ସେ କହିଛନ୍ତି ଏହି ମହାମାରୀକୁ ଉପଯୁକ୍ତ ପଦକ୍ଷେପ ଦ୍ୱାରା ମଣିଷଙ୍କୁ ବ୍ୟାପିବା ଆଗରୁ ରୋକାଯାଇପାରିବ । ବ୍ଲାକ ଡେଥ ନାମରେ ଜଣାଶୁଣା ଏହି ମହାମାରୀ ଯୋଗୁଁ ୧୪ଦଶ ଶତାବ୍ଦୀରେ ୟୁରୋପରେ ପ୍ରାୟ ୨୦ କୋଟି ଲୋକ ପ୍ରାଣ ହରାଇଥବା ବେଳେ ପ୍ରାୟ ୬୦% ଜନସଂଖ୍ୟା ଲୋପ ପାଇଥିଲା । ବିଗତ ବର୍ଷ ମାନଙ୍କରେ ଆମେରିକା, ଚାଇନା, ଋଷିଆ ଭଳି ଦେଶରେ ଏହି ମହାମାରୀ ବ୍ୟାପିବାର ନଜିର ରହିଛି । ତେବେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ୟୁନିସେଫ ବିଶ୍ୱର ସରକାରଙ୍କୁ ଜଳବାୟୁ ପରିବର୍ତ୍ତନ ଉପରେ କଡ଼ା ପଦକ୍ଷେପ ନେବାକୁ କହିଛନ୍ତି ।

ବ୍ୟୁବୋନିକ ପ୍ଲେଗ ହେଉଛି ଏକ ବ୍ୟାକ୍ଟେରିଆ ଜନିତ ରୋଗ ଯାହା ମୂଷା ମାନଙ୍କ ଦେହରେ ରହୁଥିବା ଏକ ପରଜୀବୀ ଠାରୁ ବ୍ୟାପିଥାଏ । ଉପଯୁକ୍ତ ଚିକିତ୍ସା ନମିଳିଲେ କୌଣସି ଯୁବକ ୨୪ ଘଣ୍ଟା ମଧ୍ୟରେ ପ୍ରାଣ ହରାଇପାରେ । ତେବେ ମଶିଷଠାରୁ ମଣିଷକୁ ଏହା କମ ବ୍ୟାପୁଥିବା ବେଳେ ଜୀବଙ୍କଠାରୁ ବ୍ୟାପିଥାଏ । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ହଠାତ୍ ଜ୍ୱର ହେବା, ମୁଣ୍ଡ ବିନ୍ଧିବା ଶରୀରରେ ଯନ୍ତ୍ରଣା ହେବା, ହାଲିଆ ଲାଗିବା, ବାନ୍ତି ହେବା, ଥଣ୍ଡା ଲାଗିବା ଭଳି ଲକ୍ଷଣ ଦେଖାଦେଇଥାଏ । ପ୍ରତିବର୍ଷ ସେପ୍ଟେମ୍ବରରୁ ଏପ୍ରିଲ ମଧ୍ୟରେ ମାଡାଗାସ୍କରରେ ଏହା ଅଧିକ ଦେଖାଯାଉଥିବା ସୂଚନା ରହିଛି ।

Get real time updates directly on you device, subscribe now.