fbpx

ଆଫଗାନିସ୍ତାନକୁ ୟୁରୋପୀୟ ୟୁନିଅନର ୧ ବିଲିୟନ ୟୁରୋ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ଆଫଗାନିସ୍ତାରେ ତାଲିବାନ କବ୍ଚା ପରଠାରୁ ସେଠାରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି । ନିକଟରେ ଆଫଗାନିସ୍ତାନରେ ବେରୋଜଗାରୀ, ଦାରିଦ୍ର୍ୟ ଏବଂ ଖାଦ୍ୟ ସଙ୍କଟ ଦେଖାଦେଇଥିବା ନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା । ଆଫଗାନିସ୍ତାନରେ ବୁଡ଼ିଯାଉଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ତାଲିବାନ ଶାସିତ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ୟୁରୋପୀୟ ୟୁନିଅନ ହାତ ବଢ଼ାଇଛି ।

ମଙ୍ଗଳବାର ୟୁରୋପୀୟ ୟୁନିଅନ ଆଫଗାନିସ୍ତାନକୁ ୧ ବିଲିୟନ ୟୁରୋର ସାହାଯ୍ୟ କରିବା ନେଇ ଘୋଷଣା କରିଛି । ଏହାଦ୍ୱାରା ସେଠାରେ ଦେଖାଦେଇଥିବା ଆର୍ଥିକ ସଙ୍କଟକୁ ସଜାଡ଼ିହେବ । ୟୁରୋପୀୟ ୟୁନିଅନର ଅଧ୍ୟକ୍ଷ ଉର୍ସୁଲା ୱନ ଡେର ଲେୟେନ ଭର୍ଚୁଆଲ ଜି-୨୦ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି । ସେ ତାଙ୍କ ବୟାନରେ କହିଥିଲେ ଯେ ଏହି ଅର୍ଥ ଧୀରେ ଧୀରେ ଆଫଗାନିସ୍ତାନକୁ ସାହାଯ୍ୟ ପାଇଁ ଦିଆଯିବ । ଏହି ଟଙ୍କା ସେଠାରେ କାମ କରୁଥିବା ଅନ୍ତର୍ଜାତୀୟ ସଂଗଠନକୁ ଦିଆଯିବ । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଟଙ୍କା ତାଲିବାନ ସରକାରକୁ ଦିଆଯିବ ନାହିଁ କାରଣ ତାଙ୍କୁ ଏପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ ।

କୁହାଯାଉଛି ଏହି ୧ ବିଲିୟନର ପ୍ୟାକେଜର ବ୍ୟବହାର ସେଠାକାର ସ୍ପାସ୍ଥ୍ୟ କ୍ଷେତ୍ରକୁ ସୁଧାରିବାରେ ମଧ୍ୟ ବ୍ୟବହାର କରାଯିବ । ଏହା ସହ ଏହାକୁ ଆତଙ୍କବାଦ ବିରୋଧରେ ମଧ୍ୟ ବ୍ୟବହାର କରାଯିବ ।

Get real time updates directly on you device, subscribe now.