Unwanted ମେସେଜ, କଲ ପାଇଁ ବ୍ୟସ୍ତ କି, ତେବେ ଏମିତି କରିନ୍ତୁ, ଆସିବନି…

ଓଡିଶା ଭାସ୍କର– ଆଜିକାଲି ସମସ୍ତଙ୍କ ପାଖରେ ରହିଛି ହ୍ୱାଟ୍ସଆପ । ଏହି ସାଙ୍ଗସାଥୀ, ପରିଜନ, ଅଫିସ ସହ କ୍ୱାଲିଟି ଟାଇମ ବିତାଇବାର ସୁଯୋଗ ଦେଇଥାଏ । କିନ୍ତୁ ଏମିତି ବି କିଛି ଲୋକ ରହିଛନ୍ତି, ଯେଉଁମାନେ ଅଯଥା ମେସେଜ କରି ମୁଣ୍ଡ ବିନ୍ଧା କରନ୍ତି । ଏମିତି କିଛି କମ୍ପାନୀ ଅଛି, ଯେଉଁମାନଙ୍କ ମେସେଜ ବିରକ୍ତ କରେ । ଯଦି ଏମିତି ମେସେଜକୁ ନେଇ ଚିନ୍ତାରେ ତେବେ ଆମେ ଆପଣଙ୍କୁ ଏକ ଟ୍ରିକ କହିବୁ, ଯାହାକୁ ଆପ୍ଲାଇ କରି ରହିବେ ଖୁସି ।

ହ୍ୱାସ୍ ଆପରେ ଆସୁଥିବା ଅନୱାଣ୍ଟେଡ କଲ ବା ମେସେଜ ଭିତରୁ କିଛି ସ୍କାମ ମେସେଜ ଓ ଅପରିଚିତଙ୍କ ମେସେଜ ରହିଛି । ଏଥିରୁ ବଞ୍ଚିବାକୁ ହ୍ୱାଟ୍ସ ଆପ ଆଣିଛି ଏକ ପିଚର । ଏହା ଏମିତି ସ୍କାମର, ପାଗଳ ପ୍ରେମିକ, ଅପରିଚିତ ଓ ଅଯଥା ମେସେଜ ଓ କଲକୁ ଆପଣଙ୍କ ନିକଟରେ ପହଞ୍ଚିବାକୁ ଦେବ ନାହିଁ କି ଅଯଥାରେ ଆପଣ ଚିନ୍ତାରେ ପଡିବେ ନାହିଁ । ତେବେ ଏଥିପାଇଁ କଣ କରିବାକୁ ହେବ ଆସନ୍ତୁ ଜାଣିବା ।

ଏଥିପାଇଁ ପ୍ରଥମେ ନିଜ ହ୍ୱାଟ୍ସଆପକୁ ଯାଆନ୍ତୁ । ସ୍କ୍ରିନ ଉପରେ ଥିବା ତିନୋଟି ଡଟ ଉପରେ କ୍ଲିକ କରନ୍ତୁ । କିଛି ଅପସନ ଆସିବ, ସେଥିରୁ ଗୋଟିଏ ରହିଛି ସେଟିଂ । ସେଟିଂକୁ କ୍ଲିକ କରି ପ୍ରଇଭେସି ଅପସନରେ କ୍ଲିକ କରନ୍ତୁ । ତଳକୁ ସ୍କ୍ରଲ କରିଲେ ଆଡଭାନ୍ସ ଅପସନ ଆସିବ । ଏହା ପରେ ବ୍ଲକ ଅନନୋନ ଆକାଉଣ୍ଟ ମେସେଜ ଅପସନ ଆସିବ । ଏହାକୁ ଏନାବଲ କଲେ ଆଉ ଅଯଥା ମେସେଜ ଆସିବ ନାହିଁ । ସେହି ସବୁ କଲ ଓ ମେସେଜକୁ ହ୍ୱାଟ୍ସଆପ ବ୍ଲକ କରିଦେବ ।