fbpx

ରାଜନୀତି କରୁଛୁ କାହାର ଟଙ୍କାଟିଏ କି ଜମିଟିଏ ନେଇନୁ; ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ଇଡି ରେଡ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । କହିଲେ କେହି ପ୍ରମାଣ କରିଦେଲେ ରାଜନୀତିରୁ ସନ୍ନ୍ୟାସ ନେବି । ରାଜନୀତି କରୁଛୁ ହେଲେ କାହାର ଟଙ୍କାଟିଏ କି ଜମିଟିଏ ନେଇନୁ, ଏପରି କହିଲେ ପ୍ରଫୁଲ୍ଲ ।  ‘କେହି ଯଦି ଏହାର ପ୍ରମାଣ କରିଦେବ, ରାଜନୀତିରୁ ସନ୍ନ୍ୟାସ ନେବି’ ।

ଗତକାଲି ବିଧାୟକଙ୍କ ଘରେ ଇଡି ଚଢାଉ କରିଥିଲା । ଇଡି ପକ୍ଷରୁ ଭଦ୍ରକ ସହର ୪ ସ୍ଥାନରେ ଚଢ଼ାଉ ହୋଇଥିଲା । ତେବେ ପ୍ରଫୁଲ୍ଲଙ୍କ ମୋଟ ୧୦ଟି ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡିଛି । ୨୦ କୋଟି ଜମି କେଳେଙ୍କାରୀ ଅଭିଯୋଗରେ ଇଡି ପକ୍ଷରୁ ଏହି ରେଡ କରାଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.