fbpx
BJD SKY
BJD SKY

ଆମେ ଚାଷୀଙ୍କ ସହ ଅଛୁ: ବିଜେଡି

BJD

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ପାଳନକୁ ୧୮ଟି ରାଜନୈତିକ ଦଳ ସମର୍ଥନ କରିଥିଲେ । ଏନେଇ ରାଜ୍ୟର କ୍ଷମତାସୀନ ଦଳ ବିଜେଡି ତରଫରୁ ପ୍ରତିକ୍ରିୟା ମିଳିଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲୀ ଚାଷୀଙ୍କ ସହ କେନ୍ଦ୍ରର ଆଲୋଚନା ରହିଛି । ଏ ପରିପ୍ରେକ୍ଷୀର ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଦଳ ବିଜେପି କିମ୍ବା କଂଗ୍ରେସ ସହିତ ରହିବ ନାହିଁ । ବିଜେଡି ସର୍ବଦା ଚାଷୀଙ୍କ ସହ ରହିଛି, ଚାଷୀଙ୍କ ଦାବି ପୂରଣ ହେବା ଦରକାର । ସଂସଦରେ ଚାଷୀ ବିଲରେ କିଛି ଅଂଶକୁ ବିଜେଡି ବିରୋଧ କରିଥିଲା । ଭାରତ ବନ୍ଦ ନେଇ ବିଜେଡି ବିଧାୟକ ପଦ୍ମନାଭ ବେହେରା ତାଙ୍କ ପ୍ରତିକ୍ରିୟା ଏହା କହିଛନ୍ତି ।

Get real time updates directly on you device, subscribe now.