fbpx

ଜାତିଗତ ଜନଗଣନାର ତଥ୍ୟ ପ୍ରକାଶ କରିବା ମାମଲାରେ ରାୟ ରଖିଲେ ସୁପ୍ରିମ କୋର୍ଟ: ‘ବର୍ତ୍ତମାନ ଆମେ କିଛି କହି ପାରିବୁ ନାହିଁ’

ବିହାର : ମଙ୍ଗଳବାର ଦିନ ବିହାରର ଜାତିଗତ ଜନଗଣନାର ତଥ୍ୟ ପ୍ରକାଶ ପାଇ  ସୁପ୍ରିମ କୋର୍ଟରେ ପହଞ୍ଚିଛି । ଏହି ମାମଲାକୁ କୋର୍ଟରେ ଉପସ୍ଥାପନ କରିଥିଲେ ଆବେଦନକାରୀ । ଏନେଇ ସୁପ୍ରିମକୋର୍ଟ କହିଛନ୍ତି, ଏହାର ଶୁଣାଣି ଆମେ ଅକ୍ଟୋବର ୬କୁ କରିବୁ । ବର୍ତ୍ତମାନ ଏହି ପ୍ରସଙ୍ଗରେ କିଛି କହି ପାରିବୁ ନାହିଁ ।

ସେପଟେ ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ବିହାର ସରକାରର ଜାତିଗତ ଜନଗଣନା ତଥ୍ୟକୁ ସାର୍ବଜନୀନ କରିଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବେ ନାହିଁ ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାର ଶୁଣାଣି ପାଇଁ ଅକ୍ଟୋବର ୬ ତାରିଖ ଧାର୍ଯ୍ୟ କରାଯାଇଛି ଏବଂ ସେହି ସମୟରେ ଆପଣଙ୍କର ଯୁକ୍ତି ଶୁଣାଣି ହେବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାର ସରକାର ବହୁ ପ୍ରତୀକ୍ଷିତ ଜାତି ଭିତ୍ତିକ ଜନଗଣନାର ଫଳାଫଳ ପ୍ରକାଶ କରିଛନ୍ତି । ଯାହା ଦ୍ୱାରା ଜଣାପଡିଛି ଯେ, ଅନ୍ୟ ପଛୁଆ ବର୍ଗ ଏବଂ ଅତ୍ୟଧିକ ପଛୁଆ ବର୍ଗ ୬୩% ଲୋକ ରହୁଛନ୍ତି । ରାଜ୍ୟର ମୋଟ ଜନସଂଖ୍ୟା ୧୩.୦୭ କୋଟିରୁ ଅଧିକ, ଯେଉଁଥିରୁ ଇବିସି ହେଉଛି ୩୬ ପ୍ରତିଶତ ଯାହାକି ସର୍ବ ବୃହତ ସାମାଜିକ ଶ୍ରେଣୀ ଅଟେ, ଏହା ପରେ ଙଈଉ ହେଉଛି ୨୭.୧୩ ପ୍ରତିଶତ । ଏହି ସର୍ବେରେ ଏହା ମଧ୍ୟ କୁହାଯାଇଛି ଯେ, ଓବିସି ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଯାଦବ ସମ୍ପ୍ରଦାୟର ଲୋକେ ରାଜ୍ୟର ମୋଟ ୧୪.୨୭ ପ୍ରତିଶତ ଅଟନ୍ତି ।

ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଓବିସି ଗୋଷ୍ଠୀର ଯାଦବ ସମ୍ପ୍ରଦାୟର ଅଟନ୍ତି । ରାଜ୍ୟରେ ଜନସଂଖ୍ୟା ଦୃଷ୍ଟିରୁ ଏହି ସମ୍ପ୍ରଦାୟ ସବୁଠାରୁ ବଡ ଅଟନ୍ତି । ବିହାର ସରକାର ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନରେ କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବ୍ୟତୀତ ଅନ୍ୟ ଜାତିର ଗଣନା କରିବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ରାଜ୍ୟରେ ଜାତି ଭିତ୍ତିକ ଗଣନା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

Get real time updates directly on you device, subscribe now.