fbpx

ସାପ ନା ବିଛା… କାହାର ବିଷ ଅଧିକ ଭୟଙ୍କର? ଔଷଧରେ ପରିଣତ ହେଉଛି ଏହି ଜହର

ଦୁନିଆରେ ବହୁ ପ୍ରକାରର ବ୍ୟବସାୟ ଅଛି । ଯାହାକୁ ନେଇ ଲୋକେ ବହୁତ ଲାଭବାନ ହୋଇଥାନ୍ତି । କିନ୍ତୁ ଦୁନିଆରେ ଏପରି ଅନେକ ବ୍ୟବସାୟ ଅଛି ଯେଉଁଥିରେ ବହୁତ ରିସ୍କ ସହିତ ଅଧିକ ଲାଭ ମିଳିଥାଏ । ଟଙ୍କା ପାଇଁ ଲୋକେ ବିପଜ୍ଜନକ କାର୍ଯ୍ୟ କରିବାକୁ ପଛଘଭଞ୍ଚା ଦେବାକୁ ଚାହାନ୍ତି ନାହିଁ । ସେଇ ଭଳି ଏକ ବ୍ୟବସାୟ ହେଉଛି ସାପ ଓ ବିଛା ବ୍ୟବସାୟ । ସାପ ଓ ବିଛା ସବୁଠାରୁ ବିଷାକ୍ତ ବୋଲି କୁହାଯାଏ । ଏମାନେ ବିଷ ଦ୍ୱାରା ନିଜ ଶତ୍ରୁମାନଙ୍କଠାରୁ ନିଜକୁ ରକ୍ଷା କରନ୍ତି, ଏବଂ ଶତ୍ରୁଙ୍କୁ ଆକ୍ରମଣ କରିଥାନ୍ତି । କିନ୍ତୁ ମଣିଷ ସବୁଠାରୁ ଚାଲାକ ଏବଂ ଏହି ଜୀବମାନଙ୍କଠାରୁ କିପରି ଲାଭ ବାହାର କରି ହେବ ସେକଥା ମଣିଷକୁ ଭଲଭାବେ ଜଣା ।

ସାପ ଏବଂ ବିଛା ବିଷରୁ ଅନେକ ପ୍ରକାରର ଔଷଧ ତିଆରି କରାଯାଏ । ଏଥିପାଇଁ କିଛି ଲୋକ ଏମାନଙ୍କ ବିଷକୁ ସଂଗ୍ରହ କରି ବିକ୍ରି କରନ୍ତି । ସାପ ଏବଂ ବିଛାର ବିଷ ସଂଗ୍ରହ କରି ଲୋକମାନେ ଏହାକୁ ଅଧିକ ଦାମରେ ବିକ୍ରି କରନ୍ତି । ଅଧିକ ଲାଭବାନ ହୋଇଥାନ୍ତି । ବଜାରରେ ସାପ ଓ ବିଛା ବିଷର ଚାହିଦା ରହିଛି । ତେଣୁ ଲୋକମାନେ ସାପ ଏବଂ ବିଛାକୁ ଘରେ ପାଳନ୍ତି । ଏବଂ ଏମାନଙ୍କ ଠାରୁ ବିଷ ବାହାର କରି ବିକ୍ରି କରନ୍ତି । ଏହାର ବ୍ୟବସାୟ ଲୋକମାନଙ୍କୁ ଖୁବ ଲାଭ ଦିଏ । ଏହି କାର୍ଯ୍ୟ ବହୁତ ବିପଜ୍ଜନକ । ତଥାପି ଲୋକମାନେ ବିପଦକୁ ନେଇ ମଧ୍ୟ ଏହି ବ୍ୟବସାୟ କରନ୍ତି । ବିଛା ପାଳିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ ଦେଖାଯାଇଛି ଯେ ବିଛା ଠାରୁ କିପରି ବିଷ ବାହାର କରାଯାଉଛି । ପ୍ରତ୍ୟେକ ବିଛାର ଲାଞ୍ଜରୁ ବିଷ ବାହାର କରି ଏକ ବାକ୍ସରେ ସଂଗ୍ରହ କରାଯାଏ । ତେବେ ବିଛା ଶରୀରରୁ ବାହାରୁଥିବା ଧଳା ରଙ୍ଗର ବିଷ ଗୋଟିଏ ମୁହୂର୍ତ୍ତରେ ଜଣଙ୍କ ଜୀବନ ନେଇପାରେ । କିନ୍ତୁ ଏହି ବିଷକୁ ଠିକ୍ ଭାବରେ ବ୍ୟବହାର କଲେ ଏହା ମଣିଷ ପାଇଁ ବହୁତ ଲାଭଦାୟକ ହୋଇପାରେ । ବଜାରରେ ଗୋଟିଏ ଗ୍ରାମ ବିଛା ବିଷର ମୂଲ୍ୟ ପ୍ରାୟ ସାତ ଲକ୍ଷ ଟଙ୍କା । ବିଛା ବିଷ ଅନେକ ପ୍ରକାରର ଔଷଧ ପ୍ରସ୍ତୁତ କରିବାରେ ବ୍ୟବହାର ହୁଏ ।

Get real time updates directly on you device, subscribe now.