fbpx

WhatsAppରେ ମିଳିବ Instagram ପରି ନୂଆ ଫିଚର, ଏବେ ୟୁଜରଙ୍କୁ ନେମ ସିଲେକ୍ଟ କରିବାର ଅପ୍ସନ ମିଳିବ

ନୂଆଦିଲ୍ଲୀ : WhatsApp ଲଗାତାର ଭାବରେ ୟୁଜରର୍ସମାନଙ୍କ ପାଇଁ ନୂଆ ନୂଆ ଫିଚର ଆଣିବାକୁ ଚେଷ୍ଟା କରୁଛି । ୟୁଜରମାନଙ୍କୁ WhatsApp ବ୍ୟବହାର କରିବାକୁ ସୁବିଧା ହେବା ପାଇଁ ଏବଂ ନୂଆ ଏକ୍ସପିରିଏନ୍ସ ପାଇଁ କମ୍ପାନୀ ନୂଆ ନୂଆ ଫିଚର ଆଣୁଛି । ଏବେ କିଛି ଦିନ ପୂର୍ବରୁ WhatsAppରେ ଚ୍ୟାନେଲ ଫିଚର ଏଥିରେ ଯୋଡିଥିଲା । ଏହା ଦ୍ୱାର ୟୁଜରମାନେ ସେଲିବ୍ରିଟିଙ୍କ ସହିତ ଅପଡେଟ ହୋଇ ପାରିବେ । ଏବେ ଆଉ ଏକ ଫିଚର ଆଣିବ WhatsApp । ଏହା ଦ୍ୱାରା ଆପରେ ମଧ୍ୟ ଆପଣ ୟୁଜର ନେମ ସିଲେକ୍ଟ କରିପାରିବେ । WhatsApp ୟୁଜର ମାନଙ୍କୁ ଖୁବଶିଘ୍ର ୟୁଜର ନେମ କରିବା ପାଇଁ ଅପସନ ମିଳିବ ।

କମ୍ପାନୀ ଏବେ ଏହାର ସେଟିଙ୍ଗ କରୁଛି । ଆଗରୁ ଆଣ୍ଡ୍ରଏଡ ନେଇ ମଧ୍ୟ ଏପରି ଅପଡେଟ ସାମ୍ନାକୁ ଆସିଥିଲା । ଲାଟେଷ୍ଟ ରିପୋର୍ଟରୁ ଏହା ଜଣା ପଡିଛି ଆଇଓଏସ ଓ ଆଣ୍ଡ୍ରଏଡ ଦୁଇଟି ପ୍ଲାଟଫର୍ମରେ ଜାରି କରାଯିବ । ୟୁଜର WhatsApp  ୟୁଜର ନେମକୁ ଅନେକ ପ୍ରକାର ମୋଡିଫାଏ କରିପାରିବେ । ୟୁଜର ଏଥିରେ ଆଲଫ୍ଲା ନ୍ୟୁମେରିକ ବ୍ୟବହାର କରିପାରିବେ, ଏହା ସହିତ ସିଲେକ୍ଟଡ ସ୍ପେସାଲ କ୍ୟାରେକଟର ମଧ୍ୟ ବ୍ୟବହାର କରିପାରିବେ । ଏବେ ଏହା ଡେଭଲପର ଫେଜରେ ରହିଛି । ଖୁବ ଶିଘ୍ର ଏହା ୟୁଜର ମାନଙ୍କୁ ମିଳିବ ।

Get real time updates directly on you device, subscribe now.