fbpx

ଆପଣଙ୍କ ସପୋର୍ଟ ବିନା ଆମେ ଭାଙ୍ଗି ପଡ଼ିବୁ; ଏମିତି କାହିଁକି କହିଲେ ଖଡ଼ଗେ ?

ନୂଆଦିଲ୍ଲୀ: ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପୂର୍ବରୁ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ଏକ ପ୍ରେସ୍ କନଫେରେନ୍ସ ଆୟୋଜିତ କରିଥିଲେ । ଏହି ପ୍ରେସ କନଫେରେନ୍ସରେ ଖଡ଼ଗେ ମିଡ଼ିଆଙ୍କ ସମର୍ଥନ ଲୋଡ଼ିଥିଲେ ଏବଂ କହିଥିଲେ ଆପଣ ଆମକୁ ସମର୍ଥନ କରନ୍ତୁ ନଚେତ ଆମର ଅନ୍ତ ସୁନିଶ୍ଚିତ । ଆପଣମାନେ ଆମ ଅମ୍ଳଜାନ ।

ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ୧୫ଟି ରାଜ୍ୟ ଦେଇ ଯିବ । ଏଥିମଧ୍ୟରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପାଇଁ ଲୋଗୋ ଏବଂ ସ୍ଲୋଗାନ ପ୍ରକାଶ ପାଇଛି । ଏହି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ରହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ କର୍ମକର୍ତ୍ତା ୬୭୦୦ କିମିର ପଦଯାତ୍ରା କରିବେ । ତେବେ ଉତ୍ତରପ୍ରଦେଶରେ ୧୦୭୪ କିମିର ସବୁଠାରୁ ଲମ୍ବା ପଦଯାତ୍ରା ହେବ । ଏଠାରେ ଦଳ ପକ୍ଷରୁ ୧୧ ଦିନରେ ୨୦ଟି ଜିଲ୍ଲା ଯଥା ମଣିପୁର ପରେ ନାଗାଲ୍ୟାଣ୍ଡ, ଆସାମ୍, ଅରୁଣାଚଳ ପ୍ରଦେଶ ତା ପରେ ଆସାମ ହୋଇ ମେଘାଳୟ ପ୍ରବେଶ କରିବ । ଏହା ପରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ପରେ ଉତ୍ତରପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ର ଭଳି ଅନ୍ୟ
ଜିଲ୍ଲାରେ ପଦଯାତ୍ରା କରିବେ ।

କେଉଁ ଜିଲ୍ଲାରେ କେତେ ଦିନ ହେବ ପଦଯାତ୍ରା

– ପଶ୍ଚିମବଙ୍ଗରେ ୫ଦିନରେ ୭ଟି ଜିଲ୍ଲା
– ବିହାରରେ ୪ଦିନ ଏବଂ ୭ଟି ଜିଲ୍ଲା
– ଝାରଖଣ୍ଡରେ ୮ ଦିନ ଏବଂ ୧୩ଟି ଜିଲ୍ଲା
– ଛତିଶଗଡ଼ରେ ୫ ଦିନରେ ୫୩୬ କିମି ଏବଂ ୭ଟି ଜିଲ୍ଲା
– ଉତ୍ତରପ୍ରଦେଶରେ ୧୧ ଦିନରେ ୧୦୭୪କିମି ଏବଂ ୨୦ଟି ଜିଲ୍ଲା
– ରାଜସ୍ଥାନରେ ୧ ଦିନରେ ୧୨୮ କିମି ଏବଂ ୨ଟି ଜିଲ୍ଲା

Get real time updates directly on you device, subscribe now.