fbpx

ପାକିସ୍ତାନ ଜିତିବା ପରେ “We Wonn” ଲେଖିବା ପଡ଼ିଲା ମହଙ୍ଗା, ଶିକ୍ଷୟତ୍ରୀଙ୍କୁ ସ୍କୁଲରୁ କରାଗଲା ନିଷ୍କାସିତ

ଉଦୟପର: ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ ତାରିଖରେ ହୋଇଥିବା ଟି-୨୦ ମ୍ୟାଚରେ ପାକିସ୍ତାନ ଜିତିବାକୁ ନେଇ ଖୁସି ମନାଇବା ଜଣେ ଶିକ୍ଷୟତ୍ରୀଙ୍କୁ ଭାରି ପଡ଼ିଛି । ସ୍କୁଲ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଚାକିରୀରୁ ବାହାର କରିଦେଇଛନ୍ତି । ତେବେ ଶିକ୍ଷୟତ୍ରୀଙ୍କ ଏହା ଭୁଲ୍ ଥିଲା ଯେ, ସେ ପାକିସ୍ତାନ ଜିତିବା ପରେ ହ୍ୱାଟସଆପ୍ ରେ ଷ୍ଟାଟସ୍ ଦେଇଥିଲେ । ଏହା ସହିତ ଜଣେ ପାକିସ୍ତାନୀ କ୍ରିକେଟର୍ ଙ୍କ ଫଟୋ ଦେଇଥିଲେ । ଆଉ କ୍ୟାପସନ୍ ରେ ଲେଖିଥିଲେ, “We Wonn” । ଏହି ଷ୍ଟାଟସ୍ ଦେଖିବା ପରେ କିଛି ଲୋକ ଆକ୍ରୋଶ ଜତେଇଥିଲେ ଓ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ, ଉଦୟପୁରର ନୀରଜା ମୋଦୀ ସ୍କୁଲର ଶିକ୍ଷୟତ୍ରୀ ନଫୀସା ଅଟାରୀ ପାକିସ୍ତାନ ଜିତିବା ପରେ ଷ୍ଟାଟସ୍ ରେ ରଖି ସେଲିବ୍ରେଟ୍ କରିଥିଲେ । ଏହାପରେ କିଛି ଅଭିଭାବକ ତାଙ୍କୁ ଫୋନ କରି ପଚାରିଥିଲେ ଯେ, କଣ ଆପଣ ପାକିସ୍ତାନ ଜିତିବାରୁ ଖୁସି ଅଛନ୍ତି, ସେ କହିଥିଲେ ହଁ ସେ ଖୁସି ଅଛନ୍ତି । ଏହାପରେ ଶିକ୍ଷୟତ୍ରୀଙ୍କ ଷ୍ଟାଟସ୍ ଭାଇରାଲ୍ ହୋଇଗଲା ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା । ବିରୋଧ ବଢ଼ିବା ପରେ ତାଙ୍କୁ ସ୍କୁଲରୁ ବାହାର କରିଦିଆଯାଗଲା । କାରଣ ଏହା ଏକ ଟ୍ରଷ୍ଟ ଅଧୀନରେ ପରିଚାଳିତ ହେଉଥିଲା ।

Get real time updates directly on you device, subscribe now.