fbpx

ଖୁସି ଖବର: କମିଲା ସୁନା ଦର, ଫଟାଫଟ୍ ଚେକ୍ କରନ୍ତୁ ୧୦ ଗ୍ରାମ୍ ସୁନାର ମୂଲ୍ୟ କେତେ

ନୂଆ ଦିଲ୍ଲୀ: ପାର୍ବଣ ଋତୁରେ ସୁନା ଓ ରୂପା ମୂଲ୍ୟ କେବେ ବଢ଼ୁଛି ତ କେବେ କମୁଛି । ଏପରି ପରିସ୍ଥିତିରେ ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମସିଏକ୍ସରେ ଡିସେମ୍ବରରେ ଡେଲିଭରୀ ପାଇଁ ସୁନା ମୂଲ୍ୟ ଆଜି ୦.୧୨ ପ୍ରତିଶତ ହ୍ରାସ ପାଇଛି । ଏଥି ସହିତ ରୂପା ମୂଲ୍ୟ ୦.୨୬ ପ୍ରତିଶତ ହ୍ରାସ ପାଇଛି ।

୨୦୨୦ ବର୍ଷ ବିଷୟରେ କହିବାକୁ ଗଲେ, ଗତ ବର୍ଷ ସମାନ ଅବଧିରେ ଏମସିଏକ୍ସ ଉପରେ ୧୦ ଗ୍ରାମ ସୁନା ମୂଲ୍ୟ ସର୍ବାଧିକ ୫୬,୨୦୦ ଟଙ୍କା ସ୍ତରରେ ପହଞ୍ଚିଥିଲା । ଆଜି ସୁନା ଡିସେମ୍ବର ଫ୍ୟୁଚର ଏମସିଏକ୍ସରେ ୧୦ ଗ୍ରାମ ପିଛା ୪୮,୧୪୧ ଟଙ୍କା ସ୍ତରରେ ଅଛି, ଅର୍ଥାତ୍ ଏହା ପ୍ରାୟ ୮,୦୫୯ ଟଙ୍କା ଶସ୍ତାରେ ମିଳୁଛି ।

ଅକ୍ଟୋବର ଡେଲିଭରୀ ପାଇଁ ସୁନା ଆଜି ୦.୧୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୮,୧୪୧ ଟଙ୍କା ହୋଇଛି । ଅନ୍ୟପକ୍ଷରେ ଆଜିର କାରବାରରେ ରୂପା ୦.୨୬ ପ୍ରତିଶତ ହ୍ରାସ ପାଇଛି । ଆଜି ୧ କିଲୋଗ୍ରାମ ରୂପା ମୂଲ୍ୟ ୬୫,୯୬୪ ଟଙ୍କା ହୋଇଛି । ଆପଣ ଘରେ ବସି ମଧ୍ୟ ସୁନା ଦାମ୍ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ୮୯୫୫୬୬୪୪୩୩ ନମ୍ବରକୁ ଏକ ମିସ୍ କଲ ଦେବାକୁ ପଡ଼ିବ ଓ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ଦାମ୍ ଚେକ୍ କରିପାରିବେ । ଏହା ସହ ସୁନାର ଶୁଦ୍ଧତା ଜାଣିବା ପାଇଁ ଆପଣ ‘ବିଆଇଏସ୍ କେୟାର ଆପ୍’ ବ୍ୟବହାର କରିପାରିବେ । ଏହି ଆପ୍ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବା ସହ କୌଣସି ଅଭିଯୋଗ ମଧ୍ୟ କରିପାରିବେ ।

Get real time updates directly on you device, subscribe now.