fbpx
BJD
BJD SKY
BJD SKY

ମାଳା ପିନ୍ଧୁଥିଲେ ଜାଣି ରଖନ୍ତୁ ଏହି ନିୟମ, ନଚେତ୍ ଜୀବନରେ ଆସିପାରେ ବଡ ସମସ୍ୟା

ସନାତନ ଧର୍ମରେ ଈଶ୍ୱରଙ୍କ ପୂଜାରେ ମାଳା ଜପ କରିବାର ପରମ୍ପରା ରହିଛି । ଯାହା ଦ୍ୱାରା ଜଣେ ଭକ୍ତ ନିଜର ଆରାଧ୍ୟ ଦେବା ଦେବୀଙ୍କର ମନ୍ତ୍ର ଉଚ୍ଚାରଣ କରି ମାଳାର ମାଳିଗୁଡିକୁ ଜପ କରନ୍ତି । ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ ମାଳା ୧୦୮ଟି ମାଳିରେ ତିଆରି ହୋଇଥାଏ । ଭଗବାନଙ୍କର ଆଶୀର୍ବାଦ ପାଇବା ପାଇଁ ଲୋକମାନେ ମାଳାକୁ ନିଜର ଗଳାରେ କିମ୍ବା ହାତରେ ପିନ୍ଧିଥାନ୍ତି । ତେବେ ଏହା କରିବା ପୂର୍ବରୁ ମାଳା ସହ ଜଡିତ ଅନେକ ଧାର୍ମିକ ଏବଂ ଜ୍ୟୋତିଷ ନିୟମ ବିଷୟରେ ଜାଣିରଖିବା ଉଚିତ । ନଚେତ ଏହା ଆପଣଙ୍କର ଶୁଭ ହେବା ବଦଳରେ ଅଶୁଭ କରିଦେବ । ତେବେ ଆସନ୍ତୁ ମାଳା ପିନ୍ଧିବାର ନିୟମ ଓ ଉପକାରିତା ବିଷୟରେ ଜାଣିବା ।
ତୁଳସୀ ମାଳା- ଯଦି ଆପଣ ଗଳାରେ କିମ୍ବା ହାତରେ ତୁଳସୀର ମାଳା ପିନ୍ଧିଛନ୍ତି ତେବେ ଆପଣଙ୍କୁ ଏହାର ପବିତ୍ରତା ଉପରେ ଧ୍ୟାନ ରଖିବାକୁ ହେବ । ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳୁଥିବା ଏହି ମାଳାକୁ ଧାରଣ କରିଥିବା ବ୍ୟକ୍ତି ଖରାପ ଚିନ୍ତାଧାରା ଠାରୁ ଦୂରେଇ ରହିବା ଉଚିତ । ଅନ୍ୟଥା ଏହା ପୂଣ୍ୟ ବଦଳରେ ପାପ ହୋଇଥାଏ । ଯେଉଁଥିପାଇଁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ।
ଚନ୍ଦନ ମାଳା – ହିନ୍ଦୁ ମାନ୍ୟତା ଅନୁସାରେ ଅଲଗା ଅଲଗା ଚନ୍ଦନର ମାଳା ଭିନ୍ନ ଭିନ୍ନ ପୂଜା ପାଇଁ ବ୍ୟବହାର କରାଯାଏ । ଯେପରି ଧଳା ଚନ୍ଦନ ଓ ହଳଦିଆ ଚନ୍ଦନ ମାଳା ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଏବଂ ଲାଲ ଚନ୍ଦନ ମାଳା ଦେବୀଙ୍କ ପୂଜା ପାଇଁ ବ୍ୟବହାର କରାଯାଏ ।
ରୁଦ୍ରାକ୍ଷ ମାଳା – ହିନ୍ଦୁ ଧର୍ମରେ ରୁଦ୍ରାକ୍ଷ ମାଳାକୁ ଭଗବାନ ଶିବଙ୍କ ପ୍ରିୟ ଭାବରେ ବିଶ୍ୱାସ କରାଯାଏ । ଏହି କାରଣରୁ ଶୈବଭକ୍ତମାନେ ଏହାକୁ ଧାରଣ କରିବା ନିଜର ସୌଭାଗ୍ୟ ବୋଲି ମାନିଥାନ୍ତି । କିନ୍ତୁ ଏହାକୁ ପିନ୍ଧିବା ପାଇଁ ପବିତ୍ରତା ପ୍ରତି ଧ୍ୟାନ ଦେବାକୁ ପଡିବ । ହିନ୍ଦୁ ମାନ୍ୟତା ଅନୁସାରେ ରୁଦ୍ରାକ୍ଷ ମାଳାକୁ ଶୌଚ ଯିବା ସମୟରେ ଏବଂ ସମ୍ଭୋଗ ସମୟରେ କାଢି ଏକ ପବିତ୍ର ସ୍ଥାନରେ ରଖିବା ଉଚିତ ।
ବୈଜୟନ୍ତୀ ମାଳା– ହିନ୍ଦୁ ଧର୍ମରେ ଭଗବାନ କୃଷ୍ଣଙ୍କ ଭକ୍ତମାନେ ପ୍ରାୟତଃ ବୈଜୟନ୍ତୀ ମାଳା ଧାରଣ କରିଥାନ୍ତି, କାରଣ ଏହି ମାଳା କୃଷ୍ଣଙ୍କର ଅତି ପ୍ରିୟ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୈଜୟନ୍ତୀ ମାଳା ପିନ୍ଧିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ ।
ପୁଷ୍କର ମାଳା- ହିନ୍ଦୁ ଧର୍ମରେ ପୁଷ୍କର ମାଳା ଧନର ଦେବୀ ମା ଲକ୍ଷ୍ମୀଙ୍କ ପୂଜାରେ ବ୍ୟବହାର କରାଯାଏ । ଏହା ସହ ପୁଷ୍କର ମାଳାକୁ ମା କାଳୀଙ୍କ ପୂଜାରେ ମଧ୍ୟ ବ୍ୟବହାର କରାଯାଏ ।
ଭଗବାନଙ୍କ ପୂଜାରେ ମନ୍ତ୍ର ଜପ କରିବା ପାଇଁ ଦେବାଦେବୀଙ୍କ ଅନୁସାରେ ମାଳା ଚୟନ କରିବା ଉଚିତ । ଯେପରି ଭଗବାନ ବିଷ୍ଣୁଙ୍କ ପାଇଁ ହଳଦିଆ ଚନ୍ଦନ କିମ୍ବା ତୁଳସୀ ମାଳା ବ୍ୟବହୃତ ହେଉଥିବା ବେଳେ ଶିବ ଓ ଦେବୀଙ୍କ ପୂଜା ପାଇଁ ରୁଦ୍ରାକ୍ଷ ମାଳା ବ୍ୟବହାର କରାଯାଏ । ତେବେ ଈଶ୍ୱରଙ୍କ ପୂଜାରେ ଲାଗୁଥିବା ମାଳା ଓ ଗଳାରେ ପିନ୍ଧୁଥିବା ମାଳା ଅଲଗା ଅଲଗା ହେବା ଉଚିତ । ଗଳାରେ ପିନ୍ଧିଥିବା ମାଳାକୁ କୌଣସି ଦେବାଦେବୀଙ୍କ ମନ୍ତ୍ର ଜପ କରିବାରେ ବ୍ୟବହାର କରନ୍ତୁ ନାହିଁ ।

Get real time updates directly on you device, subscribe now.