fbpx

ଏଣିକି ଘର ଭିତରେ ବି ମାସ୍କ

ନୂଆଦିଲ୍ଲୀ,୨୬ ।୪: ହୁ ହୁ ହୋଇ କରୋନା ବଢିଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିହାତି ଜରୁରୀ । କରୋନା କାଳରେ ଲୋକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଭି.କେ ପଲ । ଲୋକଙ୍କୁ ସଚେତନ କରିବା ସହ ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଘରେ ପରିବାର ସହ ଥିଲେ ବି ମାସ୍କ ପିନ୍ଧନ୍ତୁ । କୋଭିଡ ସ୍ଥିତିରେ ଅଯଥାରେ ପଦାକୁ ବାହାରନ୍ତୁ ନାହିଁ । ଏହା ସହ ଅତିଥିଙ୍କୁ ଘରକୁ ନଡାକିବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୮୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୫୨ ହଜାର ୯୯୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩କୁ ବୃଦ୍ଧି ପାଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୧୩ ହଜାର ୬୫୮ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୪୩ ଲକ୍ଷ ୪ ହଜାର ୩୮୨ରେ ପହଞ୍ଚିଛି । ୧୪ କୋଟି ୯ ଲକ୍ଷ ୧୬ ହଜାର ୪୧୭ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି ।

Get real time updates directly on you device, subscribe now.