fbpx

ଅଧିକ ସମୟ ମାସ୍କ ପିନ୍ଧିବା ହୋଇପାରେ ବିପଦ

କରୋନା ଭାଇରସର ମୁକାବିଲା କରିବା ପାଇଁ ଯଦି ଆପଣ ବି ଅଧିକ ସମୟ ଧରି ମାସ୍କ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଅଧିକ ସମୟ ଧରି ମାସ୍କ ପିନ୍ଧିବା ଦ୍ଵାରା ଲୋକମାନେ ଶ୍ବାସଜନିତ,ହୃଦ୍ ସମ୍ବନ୍ଧୀୟ ଏବଂ ଅନ୍ୟାନ୍ୟ ସମସ୍ୟାଜେ ସମ୍ମୁଖୀନ ହେଉଛନ୍ତି । ଡାକ୍ତରୀ ଭାଷାରେ ଏହାକୁ ହାଇପରକେପନିୟା କୁହାଯାଏ। ତେବେ ମାସ୍କ ପିନ୍ଧିବା ଭୁଲ୍ ନୁହେଁ, କିନ୍ତୁ ଲଗାତାର ଅଧିକ ସମୟ ପିନ୍ଧିବା ଏବଂ ବ୍ୟାୟାମ କରୁଥିବା ସମୟରେ ମାସ୍କ ପିନ୍ଧିବା ସ୍ୱାସ୍ଥ୍ୟ ପାଇଁ ବିପଦଜ୍ଜନକ ହୋଇପାରେ । ବିଭିନ୍ନ କ୍ବାରେଣ୍ଟାଇନ୍ ସେଣ୍ଟରରେ ଏଭଳି ମାମଲା ସାମନାକୁ ଆସୁଥିବା ଦେଖିବାକୁ ମିଳୁଛି । ମାସ୍କ ପିନ୍ଧିବା ଯୋଗୁଁ ମନୁଷ୍ୟ ଛାଡ଼ୁଥିବା କାର୍ବନ୍ ଡାଇଅକ୍ସାଇଡ ପୁଣି ଥରେ ମୁହଁ ଏବଂ ନାକ ଜରିଆରେ ଫୁସଫୁସ୍ ଯାଏଁ ପହଞ୍ଚିଥାଏ। ଯାହା ଫଳରେ ଏସବୁ ସମସ୍ୟା ହୋଇଥାଏ ।
ତେବେ ହାଇପରକେପନିୟାର ବିଭିନ୍ନ ଲକ୍ଷଣ ରହିଛି । ଯଥା- ଆଖି ଝାପସା ଦେଖାଯିବା, ମୁଣ୍ଡ ବୁଲାଇବା, ମୁଣ୍ଡ ଭାରି ହେବା, ନିଃଶ୍ବାସପ୍ରଶ୍ବାସ ଜନିତ ଅସୁବିଧା, ରକ୍ତଚାପ ଏବଂ ହୃଦଗତି ବଢ଼ିବା, ଝାଳ ବାହାରିବା, ସଂଜ୍ଞାହୀନ ହେବା ଇତ୍ୟାଦି ।

Get real time updates directly on you device, subscribe now.