ପରଲୋକରେ ମସହୂର ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍, ଶୋକରେ ବୁଡ଼ିଲା ବଲିଉଡ

ମୁମ୍ବାଇ,୧/୬: ବଲିଉଡ ଜଗତ ପାଇଁ କଳା ବାଦଲ ସାଜିଛି କରୋନା ଭାଇରସ। ଯାହା କବଳରେ ଆସି ମସହୂର ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କର ଆଜି ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ଶୋକରେ ବୁଡିଯାଇଛି ବଲିଉଡ୍ ଜଗତ । ସାଜିଦ୍-ୱାଜିଦ୍ ଯୋଡ଼ିକୁ ଝୁରୁଛନ୍ତି ସଲମାନଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ କଳାକାର ।

ତେବେ ଗତ କିଛି ବର୍ଷ ଧରି ସେ କୀଡନି ଜନିତ ରୋଗରେ ପୀଡିତ ଥିବା ବେଳେ ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସପ୍ତାହେ ହେବ ସେ କରୋନାରେ ପୀଡିତ ଥିଲେ।


ବଲିଉଡର ଦବଙ୍ଗ ବୟ ସଲମାନ ଖାନଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ୱାଜିଦ୍ ଖାନ୍ । ଏପିରିକି ସଲମାନଙ୍କ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟା ଚଳଚ୍ଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ତେରେ ନାମ୍, ୱାଂଟେଡ୍, ଦବଙ୍ଗ, ଏକ ଥା ଟାଇଗର୍, ପାର୍ଟନର, ମୁଝ ସେ ସାଦି କରୋଗୀ, ହେଲୋ, ଗଡ୍ ତୁ ସି ଗ୍ରେଟ୍ ହୋ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ସେ ସଙ୍ଗୀତ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

Get real time updates directly on you device, subscribe now.

Comments
Loading...