fbpx

ଆଜିଠୁ ତାଲାଖୋଲା ପ୍ରକ୍ରିୟା ଅନଲକ-୧.୦ ଆରମ୍ଭ

ଭୁବନେଶ୍ୱର, ୧/୬(ଓଡିଶା ଭାସ୍କର) : କରୋନା ସତର୍କତା ଦୃଷ୍ଟିରୁ ସାରା ଦେଶ ତାଲା ବନ୍ଦ ହୋଇ ରହିଥିଲା। କିନ୍ତୁ ଆଜିଠୁ ତାଲା ଖୋଲା ପ୍ରକ୍ରିୟା ଆରମ୍ଭ ହେବ।   ୨୦୦ ପାସେଞ୍ଜର ଟ୍ରେନ ଗଡ଼ିବା ସହ ରାତି ୯ଟାରୁ ସକାଳ ୫ ଟା ଯାଏଁ କର୍ଫ୍ୟୁ ଲାଗୁ ହେବ। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ଅନୁମତି ମିଳିଛି। କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଏବେ ମଧ୍ୟ କଟକଣା ଜାରି ରହିବ। ଏହା ସହ ଜୁନ ୮ରୁ ଧାର୍ମିକ ସ୍ଥଳ, ହୋଟେଲ, ସପିଂ ମଲ ଖୋଲିବ। କଣ୍ଟେନମେଣ୍ଟ ଜୋନ ବାହାରେ କେଉଁ କାର୍ଯ୍ୟକଳାପ ଜାରି ରହିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ  । ଅନ୍ୟପଟେ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ୧୦ ବର୍ଷରୁ କମ୍ ବୟସର ପିଲା, ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

 

Get real time updates directly on you device, subscribe now.