fbpx

video: ଅଣ୍ଟାରେ ଟାୱେଲ ଗୁଡ଼ାଇ ମେଟ୍ରୋ ଟ୍ରେନରେ ବୁଲୁଥିଲେ ବ୍ୟକ୍ତି; ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ; ଦିଲ୍ଲୀ ମେଟ୍ରୋ ଟ୍ରେନ ଭିତରେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବକ ପୋଷାକ ନାମରେ ଅଣ୍ଟାରେ ଏକ ଟାୱେଲ ଗୁଡ଼ାଇ ଏବଂ ଏକ ଧଳା ରଙ୍ଗର ପୋଷାକ ପିନ୍ଧି ଥିବାର ନଜରକୁ ଆସିଛିି । କେବଳ ଏତିକି ନୁହେଁ, ଏହି ଭିଡିଓ ଦେଖି ମନେହେଉଛି ଯେ ଏହି ଭିଡିଓ ମଧ୍ୟ ଜାଣିଶୁଣି ପ୍ରସ୍ତୁତ କରାଯାଇଛି ।

ପ୍ରକୃତରେ, ଏହି ଭିଡିଓକୁ ଜଣେ ୟୁଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓ କ୍ୟାପସନରେ ଲେଖାଯାଇଛି ଯେ, ‘ଟାଙ୍କିରେ ପାଣି ସରିଯାଇଛି, ତେଣୁ ଆଜି ମୁଁ ଅଫିସରେ ଗାଧୋଇବି ।’ ଭିଡିଓରେ ଦିଲ୍ଲୀ ମେଟ୍ରୋ ହ୍ୟାସଟ୍ୟାଗ ବିଷୟରେ ଲେଖାଯାଇଛି ଏବଂ ଏହି ଯୁବକ ଜଣଙ୍କ କିପରି ଏହି ଭିଡିଓ ସୁଟିଂରେ ବ୍ୟସ୍ତ ଅଛନ୍ତି ତାହା ନଜର ଆସିଛି । ସେଠାରେ ବସିଥିବା ଯାତ୍ରୀମାନେ ଯୁବକ ଜଣଙ୍କୁ ଚାହିଁ ରହିଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ ଏହି ଯୁବକ ଟାୱେଲ ପିନ୍ଧି ମେଟ୍ରୋ କମ୍ପାର୍ଟମେଣ୍ଟରେ ଆରାମରେ ଆସୁଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ନିଜ କେଶ ସଜାଇବା ଆରମ୍ଭ କରିବା ସହ ବେଳେବେଳେ ଆଶ୍ଚର୍ଯ୍ୟ କଲା ଭଳି କିଛି କାମ ମଧ୍ୟ କରିଥିବା ଦେଖାଯାଇଛି । ସେ ଭିତରକୁ ଆସିବା ମାତ୍ରେ ଲୋକମାନେ ତାଙ୍କ ଆଡକୁ ଚାହିଁ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ, ଗୋଟିଏ ପାଖରେ ବସିଥିବା କିଛି ଲୋକ ଯୁବକଙ୍କୁ ଦେଖି ହସିବା ଆରମ୍ଭ କରିଛନ୍ତି ।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯୁବକ ଜଣଙ୍କ ଗଭୀର ଆତ୍ମବିଶ୍ୱାସର ସହ ଏପରି କାର୍ଯ୍ୟ କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଏଥିରେ ଉତ୍ତେଜିତ ହୋଇ ଦିଲ୍ଲୀ ମେଟ୍ରୋକୁ ପ୍ରଶ୍ନ ପଚାରିଥିଲେ ଯେ, ଯୁବକ ଜଣଙ୍କ ଏପରିି ଅବସ୍ଥାରେ ମେଟ୍ରୋ ଭିତରକୁ କିପରି ପ୍ରବେଶ କରିଥିଲେ ।

Get real time updates directly on you device, subscribe now.