Weather: 24 ଘଣ୍ଟାରେ ଦେଖାଯିବ ଭୟଙ୍କର ବର୍ଷା, 8 ଜିଲ୍ଲାକୁ ଆଲର୍ଟ, ରୁହନ୍ତୁ ସତର୍କ….
ଆଜି ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର।
ଓଡ଼ିଶା ଭାସ୍କର: ରାଜ୍ୟକୁ ଆଉ ୬ ଦିନ ଭିଜାଇବ ବର୍ଷା। ଆସନ୍ତା ୧୩ ତାରିଖ ଯାଏଁ ପ୍ରବଳ ବର୍ଷିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୬ ଦିନ ଅର୍ଥାତ୍ ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଆଜି ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେଇଭଳି ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ପଢ଼ନ୍ତୁ ଅଧିକ ଖବର…ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ ପାକ୍ କୁ ପାନେ ଦେବ ଭାରତ, ବିଗ୍ ଫାଇଟରେ କାହାର ପଲଡ଼ା ରହିଛି ଭାରି, ଜାଣନ୍ତୁ ଏ ରିପୋର୍ଟରେ…
ଏପଟେ ଗାଁରେ ପଶିଲା ପାଣି, ନଦୀ ବନ୍ଧରେ ଜୀବନ । ଜଳବନ୍ଦୀ ହୋଇପଡ଼ିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବିଭିନ୍ନ ଅଞ୍ଚଳ । ଗତକାଲି ରାତିରେ ଆଦିବାସୀ ସାହିରେ ପଶିଛି ବନ୍ୟାପାଣି।
ଘର ଭିତରେ ପାଣି ପଶିବାରୁ ବେଘର ହୋଇପଡ଼ିଛନ୍ତି ଲୋକେ । ୩୦ରୁ ଅଧିକ ପରିବାର ଘର ଛାଡ଼ି ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି । ପ୍ରଶାସନ ଲୋକଙ୍କୁ ସହଯୋଗ ଯୋଗାଇଦେବାକୁ ଦାବି ହୋଇଛି । ସେପଟେ କୋଟକଣା ଆଦିବାସୀ ସାହିରେ ମଧ୍ୟ ବନ୍ୟାପାଣି ପଶିଛି । ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ବହୁଛି ବନ୍ୟାଜଳ । ଫଳରେ ୨୦ରୁ ଅଧିକ ପରିବାର ପାଣି ଘେରରେ ରହିଛନ୍ତି ।