fbpx

ଆଜି ୬ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି, ୧୬ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଆଜିଠୁ ଲଘୁଚାପ ପ୍ରଭାବରେ ବର୍ଷା ବଢ଼ିବ । ଆସନ୍ତା ୧୪ ତାରିଖ ନୁହେଁ, ୧୬ ତାରିଖ ପର୍ଯ୍ୟନ୍ତ ବର୍ଷିବ ବର୍ଷା । ଓଡ଼ିଶାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ବେଶି ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ପାଣିପାଗ ବିଭାଗ କହିଥିଲା, ଶୁକ୍ରବାର ରାଜ୍ୟର ୯ ଜିଲ୍ଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ, ୧୦ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ଏବଂ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ଅନୁଯାୟୀ ରେଡ୍‌, ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା । ମାତ୍ର ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ନାହିଁ ।
ଜୁନ୍‌ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ସମ୍ପୂର୍ଣ୍ଣ ଓ ଅନେକ ଜିଲ୍ଲାରେ ଆଂଶିକ ପ୍ରବେଶ କରିଥିବା କୁହାଯାଇଥିଲା । ଗୋଟିଏ ପଟେ ମୌସୁମୀ ଆଗମନ ଓ ଅନ୍ୟପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ରାଜ୍ୟରେ ଏଯାଏଁ ବଡ଼ କିମ୍ବା ଲଗାଣ ବର୍ଷା ହୋଇନାହିଁ।

ତେବେ ଅତି ପ୍ରବଳ ବର୍ଷା ହେବା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଉକ୍ତ ଜିଲ୍ଳା ଗୁଡିକ ହେଲା ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ ଓ ଅନୁଗୁଳ । ତେବେ ଆଜି ପାଇଁ ୧୧ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରପଡା, କଟକ, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି ହୋଇଛି ।

Get real time updates directly on you device, subscribe now.