fbpx

ବଢ଼ିଲା ବାଡୁଅଙ୍କ ଚିନ୍ତା ,କରେ।ନା ପାଇଁ ନଭେମ୍ବର ଯାଏ ହୋଇପାରିବେନି ବାହା !

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):କରୋନା ପାଇଁ ସାରା ଦେଶରେ ଏବେ ଲକ ଡାଉନ । ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଥିବା ଲକ ଡାଉନ ପ୍ରଥମେ ଏପ୍ରିଲ ୧୪ ଓ ପରେ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଗକୁ ଏହା ବୃଦ୍ଧି କରାଯିବାର ସଂଭାବନା ବି ଅଧିକ । ଯଦିବି ଲକ ଡାଉନ ହଟାଯାଏ ତଥାପି ବି ଆଗାମୀ ୧ରୁ ୨ ମାସ ଯାଏ ସାମଜିକଦୂରତା ବଜାୟ ରଖିବା ନେଇ କଟକଣା ରହିବ । ଯାନିଯାତ୍ରା,ପର୍ବପର୍ବାଣୀ ,ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ରହିବ ।ଏଭଳି ଅବସ୍ତାରେ ବହାଘର ,ବ୍ରତଘର ଭଳି ସାମାଜିକ ଉତ୍ସବ ସମ୍ପାଦନା ଉପରେ ବି କଟକଣା ରହିବ । ତେଣୁ ଏବେ ବେଶ ଚିନ୍ତାରେ ବାଡୁଅ । ପାଂଜି ଅନୁଯାୟୀ ଲକ ଡାଉନ ଆରମ୍ଭ ହେବା ଦିନଠୁ ବାହାଘର ପାଇଁ ତିଥି ନଥିଲେ ବି ଏପ୍ରିଲ ମାସରେ ୧୪,୧୫,୨୫ ଓ ୨୬ ତାରିଖ ବାହାଘର ତିଥି ଥିଲା । ସେହିପରି ମେ ମାସରେ ୨,୪,୫,୬,୮,୧୦,୧୨,୧୭,୧୮,୧୯,୨୩ ଓ ୨୪ ତାରଖ ୧୨ ଦିନ ବିବାହ ତିଥି ରହିଛି ।ସେହିପରି ଜୁନ ମାସରେ ୯,୧୩,୧୪,୧୫,୨୬ ଓ ୨୮ ତାରିଖ ରେ ବାହା ତିଥି ରହିଛି ।ଏହା ପରେ ଜୁଲାଇ ମାସଠୁ ନଭେମ୍ବର ମାସ ଶେଷ ଯାଏ ଆଉ ବାହା ତିଥିନାହିଁ । ପରବର୍ତ୍ତି ବାହା ତିଥି ନଭେମ୍ବର ୨୫ରେ ଯାଇ ପଡୁଛି । ତେଣୁ ପୂର୍ବରୁ ଏପ୍ରିଲରୁ ଜୁନ ଯାଏ ସ୍ଥିର ହୋଇଥିବା ବାହାଘର ନହେବାର ସମ୍ଭାବନା ଅଧିକ । ତାଛଡା ନୂଆ ବାହାଘର ସ୍ଥିର ହେଲେ ବି ଏଥିପାଇଁ ନଭେମ୍ବର ଶେଷ ଯାଏ ଅପେକ୍ଷା କରିବାକୁ ପଡିବ ।ଏଭଳି ସ୍ଥିତିରେ ବାଡୁଅ ହତାସ ହେବା ସ୍ୱଭାବିକ ।

Get real time updates directly on you device, subscribe now.